ମହିଳା କାନ୍ଦନ୍ତି ଅଧିକ

0

ହଲାଣ୍ଡର ଜନୈକ ଗବେଷକ ପ୍ରାୟ ସହସ୍ରାଧିକ ମହିଳାଙ୍କ ଉପରେ ଗବେଷଣା କରିବା ପରେ ପ୍ରକାଶ କରିଛନ୍ତି ଯେ ବର୍ଷକୁ ଜଣେ ମହିଳା ୩୦-୬୪ ଥର କାନ୍ଦୁଥିବାବେଳେ ପୁରୁଷମାନେ ଅତିବେଶୀରେ ୧୭ଥର କାନ୍ଦନ୍ତି। ଏସବୁରେ ଈଶ୍ବରଙ୍କ ଚମତ୍କାରିତା ରହିଛି ବୋଲି ତାଙ୍କ ମତ। ପ୍ରତ୍ୟେକ ପୁରୁଷ ଜନ୍ମ ସମୟରୁ ହିଁ ଭିନ୍ନ ଏକ ହରମୋନ୍‌ରେ ନିୟନ୍ତ୍ରିତ ହେଉଥିବା କାରଣରୁ ସେମାନେ ସହଜରେ କାନ୍ଦିପାରନ୍ତି ନାହିଁ। ସେ ୧୨ହଜାର ବିଭିନ୍ନ ବୟସର ପୁରୁଷଙ୍କୁ ଏହି ପରୀକ୍ଷାରେ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୪୫ଜଣ ସାମାନ୍ୟ ସ୍ଥିତିରେ ଭାବପ୍ରବଣ ହୋଇପଡ଼ୁଥିଲେ। ଅନ୍ୟମାନେ କିନ୍ତୁ ବେଶ୍ ଦୃଢ଼ ରହୁଥିଲେ। ତେବେ ମହିଳାମାନେ ସାମାନ୍ୟତମ ପରିସ୍ଥିତରେ କାନ୍ଦିପକାନ୍ତି। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ପୁରୁଷଙ୍କ ଶରୀରରେ ପ୍ରୋଲାକ୍ଟିନ୍ ହରମୋନ୍ ଖୁବ୍ କମ୍ ରହିଛି। ଏଇ ହରମୋନ୍ ଆମକୁ ଭାବପ୍ରବଣ କରାଇଥାଏ କିନ୍ତୁ ମହିଳାଙ୍କ ଶରୀରେ ଏଇ ହରମୋନ୍‌‌ର ମାତ୍ରା ଅଧିକ ଥିବାରୁ ସେମାନେ ସାମାନ୍ୟ କଥାରେ କାନ୍ଦିପକାନ୍ତି।

Leave A Reply