www.samajalive.in
Monday, December 8, 2025
27.1 C
Bhubaneswar

ମାଳଦ୍ବୀପରେ ଛୁଟି କାଟୁଛନ୍ତି ପଟୌଦି ବେଗମ୍

ବହୁତ କାର୍ଯ୍ୟବସ୍ତତା ଭିତରୁ ସମୟ ବାହାର କରି ଏଥରକ ନବାବ୍ ସୈଫ୍ ଅଲୀ ଖାନ୍, ତାଙ୍କ ବେଗମ୍ କରୀନା କପୁର ଖାନ୍ ଓ ସେମାନଙ୍କ ଗେହ୍ଲା ପୁଅ ତୈମୁର ୪ଦିନିଆ ଛୁଟି ଗସ୍ତରେ ଯାଇଛନ୍ତି। ସୈଫ୍ ନିଜ ଆଗାମୀ ଚଳଚ୍ଚିତ୍ରରେ ଜଣେ ସାଧୁ ଭୂମିକାରେ ଅବତୀର୍ଣ୍ଣ। ଏଣୁ ତାଙ୍କୁ ସେହି ଅନୁରୂପ ନିଜ କେଶସଜ୍ଜା କରିବାକୁ ପଡ଼ୁଛି। ଲମ୍ବା କେଶ ଓ ଦାଢ଼ିରେ ସୈଫ୍‌ଙ୍କୁ ଆଜିକାଲି ଚିହ୍ନି ହେଉନାହିଁ। ଗତ ଦେଢ଼ ମାସ ହେବ ସେ କ୍ରମାଗତ ସୁଟିଂ କରୁଥିଲେ। ସକାଳ ୯ରୁ ବିଳମ୍ବିତ ରାତ୍ରିଯାଏଁ ସୈଫ୍ ସୁଟିଂ କରୁଥିବାର ପ୍ରକାଶ। ଅନ୍ୟ ପାଖେ କରୀନା ନିଜ ନୂଆ ବ୍ରାଣ୍ଡର ଉନ୍ମୋଚନରେ ଖୁବ୍ ବ୍ୟସ୍ତ। ଏସବୁ ବାଦ୍ ଦୁଇ ସିନେକଳାକାର ପରିବାରକୁ ମଧ୍ୟ ଯଥୋଚିତ ସମୟ ଦେବାକୁ ଚେଷ୍ଟା କରୁଥିଲେ। ସୈଫ୍ ଓ ତାଙ୍କ ପୂର୍ବ ପତ୍ନୀ ଅମୃତା ସିଂଙ୍କ କନ୍ୟା ସାରାଙ୍କ କ୍ୟାରିୟର ନିମନ୍ତେ ପଟୌଦି ଦମ୍ପତି(ସୈଫ୍ ଓ କରୀନା) ଖୁବ୍ ଚିନ୍ତିତ। କରୀନାଙ୍କ ବ୍ୟକ୍ତିଗତ ମେକଅପ୍‌ ଆର୍ଟିଷ୍ଟ ଏବେ ସାରାଙ୍କ ଦାୟିତ୍ବ ନେଇଛନ୍ତି। କାମର ଚାପ ବଢ଼ିଚାଲିଛି। ଏଣୁ ଏସବୁ ଭିତରେ ବିରତି ନେବା ଖୁବ୍ ଜରୁରୀ ଥିଲା। ସେଥିପାଇଁ ସୈଫ୍ ହିଁ ଯୋଜନା କଲେ କିଛିଦିନ ପାଇଁ ସେମାନେ ମାଳଦ୍ବୀପ ଭ୍ରମଣ କରିଆସିବେ। ସୋସିଆଲ ସାଇଟ୍ ଓ ଗଣମାଧ୍ୟମରେ ଛୋଟେ ନବାବ୍‌ ତୈମୁରଙ୍କ ସହ ବାପା-ମା’ ଖୁବ୍ ଭଲଭାବେ ମାଳଦ୍ବୀପ ଛୁଟି ଉପଭୋଗ କରୁଥିବାର ଦେଖାଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories