ଜାମ୍ମୁ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ପାକିସ୍ତାନର ନିଦ ହଜିଯାଇଛି। ତେବେ ଏହାର ଦିନକ ପରେ ବୁଧବାର ପାକିସ୍ତାନ ବାୟୁସେନା ଆକାଶ ସୀମା ଉଲ୍ଲଂଘନ କରିଛି। ବାୟୁସେନାର ବିମାନ ଭାରତୀୟ ସୀମାରେ ପଇଁତରା ମାରିଛି। ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକ୍ ବାୟୁସେନା ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଫଳରେ ପାକ୍ ବାୟୁସେନା ବିମାନ ସମ୍ପୃକ୍ତ ଅଞ୍ଚଳରୁ ଫେରିଯାଇଥିଲା।
ଭାରତୀୟ ସୀମାରେ ଉଡ଼ିଲା ପାକ୍ ବାୟୁସେନା ବିମାନ
Popular Categories



