www.samajalive.in
Saturday, December 6, 2025
26.1 C
Bhubaneswar

ବିହାରରେ ‘କଂଗ୍ରେସ, ଆରଜେଡି, ଆରଏଲଏସ୍‍ପି ଓ ଏଚ୍‍ଏଏମ୍‍’ର ମହାମେଣ୍ଟ ଘୋଷଣା

ପାଟନା : ବିହାରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ‘କଂଗ୍ରେସ, ଆରଜେଡି, ଆରଏଲ୍‍ଏସ୍‍ପି ଏବଂ ଏଚ୍‍ଏଏମ୍‍’ ପକ୍ଷରୁ ଗୁରୁବାର ମହାମେଣ୍ଟ ଘୋଷଣା କରାଯାଇଛି। ଏହି ଅବସରରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍‍ଏଏମ୍‍) ନେତା ଜିତନ ରାମ ମାଝୀ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ଅହମଦ ପଟେଲ ଏବଂ ଶକ୍ତିଶିନହା ଗୋହିଲ ଏବଂ ରାଷ୍ଟ୍ରୀୟ ଲୋକ ସମତା ଦଳ (ଆରଏଲଏସ୍‍ପି) ନେତା ଉପେନ୍ଦ୍ର ଖୁଶୱା ଉପସ୍ଥିତ ଥିଲେ। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏରୁ ସମ୍ପର୍କ ଛିନ୍ନ କରିବା ସହ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଆରଏଲ୍‍ଏସ୍‍ପି ଅଧ୍ୟକ୍ଷ ଉପେନ୍ଦ୍ର ଖୁଶୱା କଂଗ୍ରେସ ନେତୃତ୍ୱଧୀନ ମହାମେଣ୍ଟରେ ସାମିଲ ହୋଇଛନ୍ତି।
ଖୁଶୱା କହିଛନ୍ତି ଯେ ଏନ୍‍ଡିଏରେ ତାଙ୍କର ଅପମାନ ହେଉଥିଲା। ଏନ୍‍ଡିଏରେ ସାମିଲ ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ଅପମାନ କରିଥିଲେ। ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ତାଙ୍କପ୍ରତି ଉଦାରତା ଦେଖାଇଥିଲେ। ତେଣୁ ସେ ଏନ୍‍ଡିଏ ତ୍ୟାଗ କରି ୟୁପିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ମହାମେଣ୍ଟରେ ସାମିଲ ହୋଇଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବ କୁଶୱାହାଙ୍କୁ ମହାମେଣ୍ଟକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ତେବେ ଦିଲ୍ଲୀଠାରେ ଆସନ ବଣ୍ଟା ନେଇ ଘୋଷଣା କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ ସୂଚନା ଦେଇଛନ୍ତି।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories