www.samajalive.in
Saturday, December 13, 2025
15.1 C
Bhubaneswar

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ, ଅଭିଯୁକ୍ତ ଗିରଫ

ମୋହନା : ଗତ ୨୧ ତାରିଖରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବି.ରାଇସିଂ ଗ୍ରାମରୁ ନିଖୋଜ ହୋଇଥିବା ନାବାଳିକାକୁ ମୋହନା ପୁଲିସ୍‍ ମଙ୍ଗଳବାର ଅଡ଼ବା ଅଞ୍ଚଳରୁ ଉଦ୍ଧାର କରିଛି। ବିବାହର ପ୍ରଲୋଭନ ଦେଖାଇ ଉକ୍ତ ଗ୍ରାମର ନାବାଳିକାକୁ ଅପହରଣ କରି ନେଇଯାଇଥିବା ବି.ରାଇସିଂ ଗ୍ରାମର ଅଭିଯୁକ୍ତ ଯୁବକ ହେଲେ ମହାଦେବ ମଲ୍ଲିକ(୨୨)। ସୂଚନା ମୁତାବକ, ଗତ ୨୧ ତାରିଖରେ ନାବାଳିକା ଜଣକ ସ୍ନାନଶୌଚ ପାଇଁ ଘର ବାହାରକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଉକ୍ତ ଝିଅର ପତା ପାଇନଥିଲେ। ତାପରେ ବାଧ୍ୟ ହୋଇ ପରିବାର ପକ୍ଷରୁ ନାବାଳିକାର ନିଖୋଜ ଖବର ମୋହନା ଥାନାକୁ ଆସି ଦେଇଥିଲେ। ପୁଲିସ୍‍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି କରିବା ପରେ ମଙ୍ଗଳବାର ନାବାଳିକାକୁ ଅଡ଼ବାରୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ମହାଦେବକୁ ମଧ୍ୟ ଗିରଫ କରି ଡ଼ାକ୍ତରୀ ମଇନା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ମୋହନା ଚାଇଲ୍ଡ ଲାଇନ୍‍ କର୍ମକର୍ତ୍ତା ଓ ସିଡ଼ିପିଓଙ୍କ ଉପସ୍ଥିତିରେ ଥାନାରେ ପିଡ଼ିତା ନାବାଳିକାର ବୟାନ୍‍ ରେକର୍ଡ଼ କରି ଡ଼ାକ୍ତରୀ ମଇନା କରାଯାଇଥିବା ଥାନା ଏସ୍‍ଆଇ ଆଲୋକ ରଂଜନ ଜଗଦଲା କହିଛନ୍ତି।
ନାବାଳିକାଙ୍କ କହିବା ମୁତାବକ ଅଭିଯୁକ୍ତ ଯୁବକ ସହ ତାର ପ୍ରେମ ସଂମ୍ପର୍କ ରହିଥିଲା। ବିବାହର ପ୍ରଲୋଭନ ଦେଖାଇ ମହାଦେବ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିବା ବେଳେ ନାବାଳିକାଟି ଦୁଇମାସର ଗର୍ଭବତୀ ଥିବା ଜଣାପଡ଼ିଛି। କିନ୍ତୁ ନାବାଳିକାର ପରିବାର ଲୋକେ ଏହି ଖବର ଜାଣିବା ପରେ ଏହାକୁ ସ୍ୱୀକୃତି ଦେଇନଥିଲେ। ବଂର ନାବାଳିକାର ପିତାମାତା ନାବାଳିକାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ସେ ଘର ଛାଡ଼ି ବାଧ୍ୟ ହୋଇ ଅଡ଼ବା ଚାଲିଆସିଥିବା କହିଛନ୍ତି। ପୁଲିସ୍‍ ଉଭୟଙ୍କୁ ଡ଼ାକ୍ତରୀ ମଇନା କରିବା ପରେ ଅଭିଯୁକ୍ତ ମହାଦେବାଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ପାରଳାଖେମୁଣ୍ଡି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories