ସୁବର୍ଣ୍ଣପୁର : ବୀରମହାରାଜପୁର ବ୍ଲକ କେଞ୍ଜିରିଆପାଲ୍ଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ଫୁଟିବାରୁ
ନିଆଁ ଲାଗି ୨ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଶନିବାର ରାତିରେ ଗାଁରେ ଏକ ବରଯାତ୍ରୀ ଦଳ ପ୍ରୋସେସନ କରୁଥିବା ବେଳେ ବାଣ ଫୁଟାଇଥିଲେ। ସୂଚନା ଅନୁଯାୟୀ, ସେହି ସମୟରେ ଗୋଟିଏ ବାଣ ଗାଁର ଜଣଙ୍କ ଘରେ ପଡ଼ିଯିବାରୁ ନିଆ ଲାଗିଯାଇଥିବା ଅଭିଯୋଗ ହୋଇଛି। ନିଆଁ କମ ସମୟରେ ବ୍ୟାପୀ ଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଆୟତ୍ତ କରିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ସପତ୍ତି ଜଳି ନଷ୍ଟ ହୋଇଯାଇଛି ଥିବା ଜଣାପଡ଼ିଛି।
ବାଣ ରୋଷଣିରୁ ଅଗ୍ନିକାଣ୍ଡ ଅଭିଯୋଗ
Popular Categories



