www.samajalive.in
Saturday, December 6, 2025
26.1 C
Bhubaneswar

ଅମ୍ବାନୀ ଘର ପୁଅ ବାହାଘର : ଜମିଲା ଦେଶୀ-ବିଦେଶୀ ତାରକାଙ୍କ ଭିଡ଼

ମୁମ୍ବଇ : ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ତାଙ୍କ ପିଲା ଦିନର ବାନ୍ଧବୀ ଶ୍ଲୋକା ମେହେତାଙ୍କ ସହ ଶନିବାର(୯ ମାର୍ଚ୍ଚ) ଅନୁଷ୍ଠିତ ହୋଇଯାଇଛି।

- Advertisement -

ଶ୍ଲୋକା ହେଉଛନ୍ତି ବିଶିଷ୍ଟ ହୀରା ବ୍ୟବସାୟୀ ରସେଲ ମେହେଟାଙ୍କ ଝିଅ। ଏହି ବିଶାଳ ବିବାହ ସମାରୋହର ଅୟୋଜନ ମୁମ୍ବଇର ଜିଓ ଓ୍ବାର୍ଲଡ୍ ସେଣ୍ଟରରେ କରାଯାଇଥିଲା।

ଏଥିସହିତ ଅମ୍ବାନୀ ବାସଭବନ ଏଣ୍ଟିଲିୟା ମଧ୍ୟ ସୁସଜ୍ଜିତ ହୋଇଥିଲା। ଅମ୍ବାନୀ ପରିବାରର ପୁଅ ବାହାଘରରେ ଦେଶ ବିଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଅନେକ ଶିଳ୍ପପତି, ରାଜନେତା ଓ ସିନେତାରକାମାନେ ଏହି ଉତ୍ସବରେ ଯୋଗ ଦେଇ ଆକାଶ-ଶ୍ଲୋକାଙ୍କୁ ଆଶୀର୍ବାଦ ଦେବା ସହ ଶୁଭକାମନା ଜଣାଇଥିଲେ।

ଜାତିସଂଘର ପୂର୍ବତନ ମହାସଚିବ ବାନ୍ କି-ମୁନ୍, ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଓ ତାଙ୍କ ପତ୍ନୀ ଚେରି ବ୍ଲେୟାର, ଗୁଗଲ୍ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏବଂ ଅନେକ ବିଶିଷ୍ଟ ରାଜନେତା ଓ ସିନେତାରକାମାନେ ଉକ୍ତ ବିବାହ ଉତ୍ସବରେ ଯୋଗ ଦେଇଥିଲେ।

ଏଥିସହିତ କ୍ରିକେଟ୍ ଜଗତର ଅନେକ ନାମୀଦାମୀ ତାରକା ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଶନିବାର ବିବାହ ଉତ୍ସବ ପରେ ରବିବାର ଏକ ସେଲିବ୍ରେଶନ୍ ନାଇଟ୍ ପାଳନ କରାଯିବ। ଏଥିରେ ନୃତ୍ୟ-ସଙ୍ଗୀତ କାର୍ୟ୍ୟକ୍ରମ ସହିତ ଅନେକ ମନୋରଞ୍ଜନ ଭିତ୍ତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥସିହିତ ସୋମବାର ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories