www.samajalive.in
Tuesday, December 9, 2025
16.1 C
Bhubaneswar

ପେଟ୍ରୋଲ ଟ୍ୟାଙ୍କର-ହାଇୱା ଧକ୍କା; ଡ୍ରାଇଭର ଦଗ୍ଧ

ଉଲୁଣ୍ଡା/ଧମା/ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତାର ଏସ.ପତ୍ରାପାଲି ଛକ ନିକଟରେ ଆଜି ଅପରାହ୍ନରେ ପେଟ୍ରୋଲ ଟ୍ୟାଙ୍କର ଓ ହାଇୱା ମଧ୍ୟରେ ଧକ୍କା ହେବା ଫଳରେ ଉଭୟ ଗାଡିରେ ନିଅାଁ ଲାଗି ଯାଇଥିଲା। ହାଇୱାର ଡ୍ରାଇଭର ଓ ହେଲପର ଗାଡିରୁ ଖସି ଯିବାରେ ସକ୍ଷମ ହୋଇଥିବାବେଳେ ଟ୍ୟାଙ୍କର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଟ୍ୟାଙ୍କର ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ପ୍ରାୟ ୨ଟାରେ ସମ୍ବଲପୁର ପଟୁ ଏକ ପେଟ୍ରୋଲ ଟ୍ୟାଙ୍କର ତେଲ ଧରି ଆସୁଥିବା ବେଳେ ସୋନପୁର ପଟରୁ ଯାଉଥିବା ଏକ ହାଇୱା ଗାଡି ସହିତ ଧକ୍କା ହୋଇଥିଲା। ହାଇୱାଟି ରାସ୍ତାପାର୍ଶ୍ବକୁ ଓଲଟି ପଡିଥିବା ବେଳେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା। ପେଟ୍ରୋଲ ଟ୍ୟାଙ୍କରରେ ନିଆଁ ଲାଗିଯିବାରୁ ଗାଡିର ଡ୍ରାଇଭର କମଲେଶ ସିଂ (୫୦)ଘଟଣାସ୍ଥଳରେ ପୋଡି ଯାଇଥିଲେ। ଗାଡି ହେଲପର ଦିନେଶ ନାଏକ ପୋଡ଼ି ଯାଇଛନ୍ତି। ତେଲ ଟ୍ୟାଙ୍କରଟି ଝାରସୁଗୁଡ଼ା ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଧରି ବଲାଙ୍ଗିର ଅଭିମୁଖେ ଯାଉଥିବା ବେଳେ ହାଇୱା ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଉଭୟ ଗାଡ଼ିରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଦମକଳବାହିନୀକୁ ୨ ଘଣ୍ଟା ଲାଗିଥିଲା। ନିଆଁ ଲିଭିବା ପରେ ପ୍ରାୟ ୪ଟାରେ ସୋନପୁର–ସମ୍ବଲପୁର ରାଜ୍ୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଘଟଣାସ୍ଥଳରେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ, ବୀରମହାରାଜପୁର ଏସ୍‍ଡିପିଓ ଧିରଜ ଚୋପଦାର, ଉଲୁଣ୍ଡା ଆଇଆଇସି ରିନା ବେହେରା ଏବଂ ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ଶରତ ଚନ୍ଦ୍ର ସେଠୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାକୁ ପଠାଇଥିବା ପୁଲିସ ସୂଚନା ଦେଇଛି। ଏ ନେଇ ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଏସଆଇ ଏସ୍‍. ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories