www.samajalive.in
Monday, December 8, 2025
24.1 C
Bhubaneswar

ପୁରୀ-ଭୁବନେଶ୍ୱର ବସ୍‍ ମାଲିକ ମୁହାଁମୁହିଁ

ପୁରୀ/ଭୁବନେଶ୍ୱର: ବସ୍‍ ଚଳାଚଳ ସମୟକୁ ନେଇ ପୁରୀ ଓ ଭୁବନେଶ୍ୱର ମାଲିକ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବିବାଦ ହିଂସାର ରୂପ ନେବାକୁ ଯାଉଛି। ପୁରୀ ମାଲିକଙ୍କ ୧୨ଟି ବସ୍‍କୁ ଭୁବନେଶ୍ୱରରେ ଅଟକ ରଖାଯାଇଥିବା ବେଳେ ଭୁବନେଶ୍ୱରର ୮ଟି ବସ୍‍ ୪ଦିନ ହେଲା ପୁରୀରେ ଅଟକି ରହିଛି। ପ୍ରଶାସନର ନିରବତା ଯୋଗୁଁ ବିବାଦ ଅଧିକ ଘନୀଭୂତ ହୋଇଛି। ମଙ୍ଗଳବାରଠାରୁ ପୁରୀର କୌଣସି ବସ୍‍କୁ ଭୁବନେଶ୍ୱରରେ ପୂରାଇ ଦିଆଯିବ ନାହିଁ ବୋଲି ସେଠାକାର କିଛି ମାଲିକ ଚେତାବନୀ ଦେଇଛନ୍ତି। ପୁରୀ ମାଲିକ ସଂଘ ମଧ୍ୟ ସମାନ ନୀତି ଆପଣାଇଛି। ବ୍ୟବସାୟିକ ସ୍ୱାର୍ଥ ପାଇଁ ଦୁଇଟି ଘରୋଇ ବସ୍‍ ମାଲିକ ସଂଘ କର୍ମକର୍ତ୍ତା ଲୋକଙ୍କ ସହ ଖେଳୁଛନ୍ତି। ଗତ ୭ତାରିଖରୁ ଏପରି ବିବାଦ ଦେଖାଦେଇଛି। ପୁରୀ ଘରୋଇବସ୍‍ ମାଲିକ ସଂଘ ସମ୍ପାଦକ ଲୋକନାଥ ପାଣିଙ୍କ ଅଭିଯୋଗ ଅନୁଯାୟୀ ୭ତାରିଖ ସକାଳେ ପୁରୀରୁ ଯାଇଥିବା କିଛି ବସ୍‍କୁ ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକ ଉଠାଇବାକୁ ଦିଆଯାଇ ନଥିଲା। ୮ତାରିଖରେ କଳ୍ପନା ଛକରୁ କିଛି ବସ୍‍କୁ ଭୁବନେଶ୍ୱର ମାଲିକ ଫେରାଇ ଦେଇଥିବାବେଳେ ଆଉ ୧୨ଖଣ୍ଡ ବସ୍‍ ଏପର୍ଯ୍ୟନ୍ତ ଅଟକ ରଖିଛନ୍ତି। ଭୁବନେଶ୍ୱରରୁ ଯାତ୍ରୀ ନେଇ ପୁରୀ ଆସିଥିବା ୮ଟି ବସ୍‍କୁ ପୁରୀ ମାଲିକ ଅଟକାଇ ରଖିଥିବା ଜଣାପଡ଼ିଛି। ଏହି ବିବାଦ ସମ୍ପର୍କରେ କୌଣସି ସଂଘ ଏପର୍ଯ୍ୟନ୍ତ ପୁଲିସ କିମ୍ବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିନାହାନ୍ତି। ଭୁବନେଶ୍ୱର ମାଲିକ ସଂଘ ବିରୋଧରେ ମଙ୍ଗଳବାର ପୁରୀ ଏସ୍‍ପିଙ୍କୁ ଅଭିଯୋଗ କରାଯିବ ବୋଲି ଶ୍ରୀ ପାଣି ସୂଚନା ଦେଇଛନ୍ତି। ପୁରୀ ମାଲିକଙ୍କ ବସ୍‍ଗୁଡ଼ିକୁ ଯଦି ଭୁବନେଶ୍ୱର ମାଲିକ ସଂଘ ସେଠାରେ ପୂରାଇ ନଦିଏ ତାହେଲେ ଭୁବନେଶ୍ୱର ମାଲିକଙ୍କ ବସ୍‍ ପୁରୀରେ ପ୍ରବେଶ କରିପାରିବ ନାହିଁ ବୋଲି ସଂଘର ଜଣେ ସଭ୍ୟ ଗଣମାଧ୍ୟମକୁ କହିଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ଓ କଳ୍ପନା ଛକରେ ପୁରୀ ମାଲିକଙ୍କ ବସ୍‍ଗୁଡ଼ିକୁ ଯାତ୍ରୀ ଉଠାଇବା ପାଇଁ ସୁଯୋଗ ଦିଆଯାଉ ନଥିବା ଶ୍ରୀ ପାଣି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଘରୋଇ ବସ୍‍ ମାଲିକ ସଂଘ ପୁରୀ ମାଲିକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛି।
ଭୁବନେଶ୍ୱର ଘରୋଇ ବସ୍‍ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ନିୟମ ଅନୁସାରେ ଉଭୟ ପକ୍ଷର ବସ୍‍ ଚଳାଚଳ କରୁ ବୋଲି ଆମେ ଚାହୁଁଛୁ। ତେବେ ପୁରୀରେ ପ୍ରଥମେ ଭୁବନେଶ୍ୱର ବସ୍‍ଗୁଡ଼ିକୁ ହଇରାଣ କରାଯିବାରୁ ସ୍ଥିତି ଜଟିଳ ଆଡ଼କୁ ଗତି କରିଛି। ପରମିଟ୍‍ ନିୟମ ଅନୁସାରେ ନିର୍ଦ୍ଧାରିତ ସମୟରେ ବସ୍‍ ଚଳାଚଳ କରିବା ଉଚିତ। ଏଥିରେ ବ୍ୟତିକ୍ରମ ହେଉଥିବାରୁ ଆସନ୍ତାକାଲିଠାରୁ ଆମେ ପୁରୀକୁ ବସ୍‍ ଚଳାଚଳ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛୁ। ଏଥିସହ ଏହି ଘଟଣାରେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବା ପାଇଁ ଆମେ ପରିବହନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ମଙ୍ଗଳବାର ଦୁଇଗୋଷ୍ଠୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories