www.samajalive.in
Sunday, December 14, 2025
26.1 C
Bhubaneswar

ନଡ଼ିଆ ତେଲ ବିଷ!

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଓ ସର୍ବାଦୃତ ନଡ଼ିଆ ତେଲ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି କହିଛନ୍ତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ କାରିନ୍‍ ମିଚେଲ୍‍। ନଡ଼ିଆ ତେଲକୁ ଖାଣ୍ଟି ବିଷ ଭାବେ ବର୍ଣ୍ଣନା କରି କାରିନ୍‍ ମିଚେଲ୍‍ କହିଛନ୍ତି ଯେ ଆମେ ଖାଉଥିବା ଖାଦ୍ୟ ମଧ୍ୟରେ ସବୁଠାରୁ ଖରାପ ହେଉଛି ନଡ଼ିଆ ତେଲ। ସେଥିରେ ୮୦ ପ୍ରତିଶତ ଚର୍ବି ଦ୍ରବୀଭୂତ ଅବସ୍ଥାରେ ରହିଛି। ନଡ଼ିଆ ତେଲ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ୍‍ ଓ ହୃଦ୍‍ଘାତ ଜନିତ ସମସ୍ୟା ଅଧିକ ହେବାର ଆଶଙ୍କା ରହିଛି।
ଭାରତର ପ୍ରାୟ ସବୁ ଅଞ୍ଚଳରେ ନଡ଼ିଆ ତେଲ ଘରେ ଘରେ ପରିଚିତ। କେରଳରେ ନଡ଼ିଆ ତେଲକୁ ରୋଷେଇ କରିିବା ପାଇଁ ବା ଖାଇବା ତେଲ ଭାବରେ ବ୍ୟବହାର କରାଯାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହି ଔଷଧୀୟ ଉପାଦାନ ଯୋଗୁଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କରେ ନଡ଼ିଆ ତେଲ ଆଦୃତ ହୋଇଥିଲା। ଓଜନ ହ୍ରାସ ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ନଡ଼ିଆ ତେଲକୁ ପାଶ୍ଚାତ୍ୟ ଦେଶରେ ବ୍ୟବହାର କରାଯାଉଥିଲା। କିନ୍ତୁ ମିଚେଲ୍‍ଙ୍କ ଘୋଷଣା ପରେ ନଡ଼ିଆ ତେଲକୁ ସେଠାରେ କି ପ୍ରକାର ମାନ୍ୟତା ମିଳିବ ତାହା ଏବେ ଜଣାପଡ଼ିନାହିଁ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories