www.samajalive.in
Saturday, December 6, 2025
26.1 C
Bhubaneswar

ନିଶାପାନୀୟ ନେଉଛି ବର୍ଷକୁ ୩ ନିୟୁତ ଜୀବନ

ନୂଆଦିଲ୍ଲୀ: ନିଶାସେବନ ଯୋଗୁଁ ୨୦୧୬ରେ ଭାରତରେ ୩ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି। କର୍କଟ ଓ ଅନ୍ୟାନ୍ୟ ପ୍ରାଣଘାତୀ ରୋଗ ଯୋଗୁଁ ଘଟୁଥିବା ମୃତ୍ୟୁ ସଂଖ୍ୟା ତୁଳନାରେ ନିଶାସେବନ ଜନିତ ମୃତ୍ୟୁ ସଂଖ୍ୟା ବହୁ ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମହିଳାଙ୍କ ତୁଳନାରେ ନିଶାସେବନ କରୁଥିବା ପୁରୁଷଙ୍କ ମୁୃତ୍ୟୁ ସଂଖ୍ୟା ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ୨୦୦୫ରୁ ୨୦୧୬ ମଧ୍ୟରେ ଭାରତରେ ନିଶାସେବନ ପରିମାଣ ଦୁଇ ଗୁଣା ବୃଦ୍ଧି ପାଇଛି। ୨୦୦୫ରେ ଭାରତୀୟଙ୍କ ମୁଣ୍ଡପିଛା ନିଶାପାନୀୟ ବ୍ୟବହାର ପରିମାଣ ୨.୪ ଲିଟର ଥିବା ବେଳେ ୨୦୧୦ରେ ୪.୩ ଲିଟର ଓ ୨୦୧୬ରେ ୫.୭ ଲିଟରକୁ ବୃଦ୍ଧି ପାଇଛି।
୨୦୧୬ରେ ନିଶାସେବନ ଯୋଗୁଁ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣାରେ ୨୮% ,ଅତ୍ୟଧିକ ମଦ ପାନ ଯୋଗୁଁ ପାଚନ କ୍ରିୟାରେ ଅସ୍ୱାଭାବିକତାରେ ୨୧% ଓ ହୃଦ୍‍ଘାତରେ ୧୯% ଲୋକଙ୍କ ମୃତ୍ୟୁ ଘଟିଛି।
ବିଶ୍ୱରେ ବାର୍ଷିକ ୨୩୭ ନିୟୁତ ପୁରୁଷ ଓ ୪୬ ନିୟୁତ ମହିଳା ନିଶାସକ୍ତ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ମୁଣ୍ଡପିଛା ନିଶାପାନ ଦୃଷ୍ଟିରୁ ୟୁରୋପ ସର୍ବାଗ୍ରେ ରହିଛି। ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଦୈନିକ ହାରାହାରି ୩୩ ଗ୍ରାମ୍‍ ବିଶୁଦ୍ଧ ଆଲ୍‍କୋହଲ୍‍ ପିଉଥିବା ରିପୋର୍ଟରେ ଉଲ୍ଳେଖ ରହିଛି। ୧୫୦ ଏମଏଲ୍‍ ବିଶିଷ୍ଟ ଦୁଇ ଗ୍ଲାସ୍‍ ମଦ, ୭୫୦ ଏମଏଲ୍‍ ବିଶିଷ୍ଟ ବିୟର ବୋତଲ୍‍ ଓ ୪୦ ଏମଏଲ୍‍ ବିଶିଷ୍ଟ ଦୁଇ ସଟ୍‍ ସ୍ପିରିଟ୍‍ ସହିତ ଏହା ସମାନ।
ପ୍ରାୟ ୧୫ ବର୍ଷପୂର୍ବରୁ ନିଶାପାନ ଅଭ୍ୟାସ ଆରମ୍ଭ ହେଉଛି। ମୋଟ ଉପଯୋଗ ହେଉଥିବା ଆଲ୍‍କୋହଲ୍‍ରୁ ୪୫% ସ୍ପିରିଟ୍‍ ଭାବରେ, ୩୪% ବିୟର ଭାବରେ ଓ ୧୨% ମଦ ଭାବରେ ଲୋକେ ବ୍ୟବହାର କରିଥାନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories