www.samajalive.in
Saturday, December 6, 2025
26.1 C
Bhubaneswar

ଜାଲ ସମ୍ପତ୍ତି ବନ୍ଧକ ରଖି ୭.୫କୋଟି ଋଣ: ପିଏନବି ଅଧିକାରୀଙ୍କ ସମେତ ୪ଗିରଫ

ନୂଆଦିଲ୍ଲୀ: ଜାଲ ସମ୍ପତ୍ତି ବନ୍ଧକ ରଖି କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଆର୍ଥିକ ଅପରାଧ ଶାଖା ପକ୍ଷରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କର୍ମଚାରୀ ମଧ୍ୟ ଅଛନ୍ତି।
ଅଭିଯୁକ୍ତମାନେ ହେଲେ ଅମରଜିତ ସିଂହ, ଅଜୟ କୁମାର ଶର୍ମା ଓ ସୁରେଶ ଏବଂ ମୁମ୍ବଇ ବ୍ରାଡି ହାଉସ ଶାଖାର ସହକାରୀ ଜେନେରାଲ ମ୍ୟାନେଜର ପିକେ ବରୁଣ। ଅଭିଯୁକ୍ତମାନେ ପ୍ରଥମେ ଦିଲ୍ଲୀ ମୟୂର ବିହାର ଫେଜ୍‍-୩ ଠାରେ ଏକ ବ୍ୟାଙ୍କ ଖାତା ଖୋଲିଥିଲେ। ସେ ସମୟରେ ଶିତଲ ଗର୍ଗ ନାମକ ବ୍ୟକ୍ତି ବ୍ୟାଙ୍କ ମ୍ୟାନେଜର ଭାବେ ନିୟୋଜିତ ଥିଲେ। ଖାତା ଖୋଲିବା କ୍ଷଣି ସେମାନଙ୍କୁ ୪୯.୯୦ଲକ୍ଷ ଟଙ୍କା ଋଣ ମିଳି ଯାଇଥିଲା। ଏହି ଅର୍ଥ ନୋଇଡ଼ା-ସୁରଜପୁର ମଧ୍ୟରେ ଥିବା ଏକ ଅସ୍ଥାୟୀ କାରଖାନା ନିର୍ମାଣ ପାଇଁ ଖର୍ଚ୍ଚ କରାଯାଇଛି ବୋଲି ଅଭିଯୁକ୍ତମାନେ ପ୍ରକାଶ କରିଥିଲେ। କାରଖାନା ଆରମ୍ଭ ହେବା ପରେ ଋଣର ପରବର୍ତ୍ତୀ କିସ୍ତି ପ୍ରଦାନ କରିବାକୁ ବ୍ୟାଙ୍କ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପରେ ଅଜୟ ଓ ଅମରଜିତ ମୁମ୍ବଇରେ କେବଳ କାଗଜ ପତ୍ରରେ ସୀମିତ ଏକ କମ୍ପାନୀ ନାମରେ ୫କୋଟି ଟଙ୍କାର କ୍ୟାସ କ୍ରେଡିଟ ଫେସିଲିଟି ମୁମ୍ବଇର ବ୍ରାଡ଼ି ହାଉସ ଶାଖାରୁ ନେଇ ଯାଇଥିଲେ। ପରେ ଏହି ଖାତାରେ ଅତିରିକ୍ତ ୨କୋଟି ଟଙ୍କାର ଓଭରଡ୍ରାଫ୍ଟ ଫେସିଲିଟି ମଧ୍ୟ ପ୍ରଦାନ କରାଯାଇ ଥିଲା। ଏହି ଟଙ୍କା ଋଣ ନେଇଥିବା ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟାନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରି ଦିଆଗଲା। ଅଥଚ ମୁମ୍ବଇର ବ୍ୟାଙ୍କରେ ବନ୍ଧକ ରଖାଯାଇ ଥିବା ଦିଲ୍ଲୀ ସ୍ଥିତ ସମ୍ପତ୍ତିର ଯାଞ୍ଚ କରି ନଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏପରିକି ଦିଲ୍ଲୀ ନଯାଇ ଦିଲ୍ଲୀର ସମ୍ପତ୍ତି ଯାଞ୍ଚ କରିବା ରିପୋର୍ଟ ପ୍ରସ୍ତୁତ କରି ଦେଇଥିଲେ ବ୍ୟାଙ୍କ କର୍ମଚାରୀ। ଆଶ୍ଚର୍ଯ୍ୟର ବିଷୟ ଋଣ ନେଇଥିବା ଅଭିଯୁକ୍ତମାନେ ମଧ୍ୟ ମୁମ୍ବଇ ଯାଇ ନଥିଲେ। ଦିଲ୍ଲୀରେ ବସି ସେମାନେ ବ୍ରାଡି ହାଉସର ଏଜିଏମଙ୍କ ସହଯୋଗରେ ଉକ୍ତ ଶାଖାରୁ ଋଣ ନେବାରେ ସଫଳ ହୋଇଥିଲେ। ୩ବର୍ଷ ମଧ୍ୟରେ ଅଭିଯୁକ୍ତମାନେ ଏହି ବ୍ୟାଙ୍କ ଖାତାରୁ ସମସ୍ତ ଟଙ୍କା ଉଠାଇ ନେଇ ନେଣଦେଣ ବନ୍ଦ କରିଦେଲେ। ବ୍ୟାଙ୍କ ମଧ୍ୟ ଉକ୍ତ ଋଣ ଆକାଉଣ୍ଟକୁ ଏନପିଏ ଆକାଉଣ୍ଟ ଭାବେ ଘୋଷଣା କରିଦେଲେ। ଏହି ମାମଲାରେ ଦିଲ୍ଲୀ ମୟୂରବିଭାଗ ଫେଜ-୩ର ଶାଖା ପ୍ରବନ୍ଧକଙ୍କୁ ସମନ ଜାରି କରାଯାଇଛି। ସେ ଏବେ ଫେରାର ଅଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories