www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରେନ୍‍ ଲାଇନଚ୍ୟୁତ: ୭ ମୃତ, ୩୦ ଗୁରୁତର

ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲିରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଲକ୍ଷ୍ନୌ ଓ ବାରାଣସୀରୁ ଏନ୍‍ଡିଆରଏଫ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲା ପ୍ରଶାସନ, ପୁଲିସ ଓ ଏନ୍‍ଡିଆରଏଫ୍‍ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି।
ଆଜି ସକାଳ ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ହାଲ୍‍ଦାରୁ ନୂଆଦିଲ୍ଲୀ ଯାଉଥିବା ନ୍ୟୁ ଫରାକା ଏକ୍ସପ୍ରେସ୍‍ର ୬ଟି ବଗି ରାଏବରେଲିର ହରଚାନ୍ଦପୁର ରେଳ ଷ୍ଟେସନ୍‍ରୁ ମାତ୍ର ୫୦ ମିଟି ଦୂରରେ ଲାଇନ୍‍ଚ୍ୟୁତ ହୋଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୬୦ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରେନ୍‍ ବଗି ତଳେ ଯାତ୍ରୀମାନେ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।
ଯାତ୍ରୀଙ୍କ ସୂଚନା ଅନୁଯାୟୀ, ଷ୍ଟେସନ୍‍ରୁ ଟ୍ରେନ୍‍ ଛାଡ଼ିବାର କିଛି ସମୟ ପରେ ହଠାତ୍‍ ଜୋରରେ ଶବ୍ଦ ହୋଇଥିଲା। ତା ପରେ କିଛି ବଗି ଲାଇନ୍‍ଚ୍ୟୁତ ହୋଇ ଓଲଟିପଡ଼ିଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ରେଳ କର୍ତ୍ତୃପକ୍ଷ ଓ ପୁଲିସକୁ ଖବର ଦେଇଥିଲେ। .ଡ୍ରୋନ୍‍ ଓ ଶକ୍ତିଶାଳୀ କ୍ୟାମେରା ସହାୟତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉକ୍ତ ପଥରେ ୧୩ଟି ଟ୍ରେନ୍‍ ଚଳାଚଳକୁ ବାତିଲ୍‍ କରାଯାଇଛି। ସ୍ୱତନ୍ତ୍ର ଉଦ୍ଧାରକାରୀ ଟ୍ରେନ୍‍ ଓ ଡାକ୍ତରୀ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଛି। ଦୀନ ଦୟାଲ୍‍ ଉପାଧ୍ୟାୟ ଜଙ୍ଗସନ୍‍ରେ ହେଲ୍‍ପ ଲାଇନ୍‍ ନଂ ଜାରି କରାଯାଇଛି। ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories