www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ, ଫଳ ଖାଇବାର ଉପଯୁକ୍ତ ସମୟ

ଫଳ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ଅଟେ। କିନ୍ତୁ ଠିକ ସମୟରେ ଫଳ ନ ଖାଇବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଫଳ ଖାଇବାର ଏକ ଉଚିତ ସମୟ ରହିଥାଏ। ଏହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିବା ସହ ଶରୀରକୁ ଠିକ ରୂପେ ଶକ୍ତି ମିଳିଥାଏ। ଆସନ୍ତୁ ଜାଣିବା କେଉଁ ଫଳକୁ କେଉଁ ସମୟରେ ଖାଇବା ଉଚିତ……
କମଳା: କମଳାକୁ ସକାଳେ ଓ ସନ୍ଧ୍ୟା ବେଳେ ଖାଇବା ଉଚିତ ନୁହେଁ। ଏହି ଫଳକୁ ଅପରାହ୍ନରେ ଖାଇବା ଉଚିତ। କମଳାରେ ଭିଟାମିନ ସି ଥିବାରୁ ଏହାକୁ ଖାଇଲେ ଆମ ଶରୀରର ପାଚନ କ୍ରିୟା ସଠିକ୍‍ ରୂପେ ହୋଇଥାଏ।ଆମ୍ବ: ଖରାଦିନେ ଆମ୍ବ ଖାଇବାକୁ ଇଚ୍ଛା ହୁଏ ଓ ଆମ୍ବ ମଧ୍ୟ ଖରାଦିନେ ବହୁତ ମିଳେ। ଆମ୍ବକୁ ଜୁସ କରି ପିଇଲେ ଅନେକ ପ୍ରୋଟିନ ମିଳିଥାଏ। ତେଣୁ ବ୍ୟାୟାମ କରିବାର ଅଧଘଣ୍ଟା ପୂର୍ବରୁ ଆମ୍ବ ଜୁସ ପିଅନ୍ତୁ।
ପଇଡ଼: ପଇଡ଼କୁ ଦିନ ୧୧ଟା ଭିତରେ ପିଇବା ଉଚିତ। ପଇଡ଼ ପାଣି ମୁହଁରେ ଲଗାଇବା ଦ୍ବାରା ମୁହଁରେ ଥିବା ଦାଗ ଛାଡ଼ିଯାଇଥାଏ। ପଇଡ଼ ଶରୀରରେ ପାଣିର ମାତ୍ରାକୁ ସ୍ଥିର କରିଥାଏ।ଅଙ୍ଗୁର:  ଅଙ୍ଗୁର କିମ୍ବା ଅଙ୍ଗୁର ଜୁସ ପିଇଲେ ଶରୀରରେ ପାଣିର ମାତ୍ରା ଠିକ୍‍ ରଖିଥାଏ। ରାତିରେ ନିଦ ମଧ୍ୟ ଭଲ ହୋଇଥାଏ।
ସବୁଜ କମଳା: ସବୁଜ କମଳା ଅପରାହ୍ନ ସମୟରେ ଖାଇବା ଉଚିତ୍‍। ଶରୀରରେ ଲେମ୍ବୁ ଯେପରି କାମ କରେ ସବୁଜ କମଳା ମଧ୍ୟ ସେହିପରି କାମ କରିଥାଏ। ଏହାର ଜୁସ ପିଇବା ଶରୀର ପାଇଁ ଜରୁରୀ ଅଟେ। ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories