www.samajalive.in
Monday, December 8, 2025
14.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ପୂର୍ବାହ୍ଣରେ ଆୟ ପରିମାଣ ବୃଦ୍ଧି ହେଉଥିବା ବେଳେ ଅପରାହ୍ଣରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଗଣିତଜ୍ଞ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୁଚିକର ଭୋଜନ ମିଳିବ।
ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠୁଁ ଭଲ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ବ୍ୟବସାୟ ପାଇଁ ଚଳାଇଥିବା ଉଦ୍ୟମ ସଫଳ ହେବ। ହାସ୍ୟ ମୁଖ ହେବେ। ଚଞ୍ଚଳ ସ୍ୱଭାବର ହେବେ। ଚଞ୍ଚଳ ଚେଷ୍ଟିତ ହେବେ।
ମିଥୁନ: ଜନ ସମର୍ଥନ ପାଇ ଲୋକ ପ୍ରତିନିଧି ହୋଇପାରନ୍ତି। ଦିନଟି ମଙ୍ଗଳମୟ ହେବ। ବ୍ୟବସାୟ ଲାଭଜନକ ହେବ। ନୀରୋଗୀ ହେବେ। ସରକାରୀ କୃପା ଲାଭ କରିପାରନ୍ତି। ଉତ୍ତମ ଭୋଜନ ମିଳିପାରେ।
କର୍କଟ: ଚାକିରିରେ ପଦୋନ୍ନତି ହୋଇପାରେ। କାର୍ୟ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମବୀର ଭାବେ ପ୍ରତିଷ୍ଠା ଲାଭ କରିବେ। କୀର୍ତ୍ତିମାନ ହୋଇପାରନ୍ତି। ବହୁ ଜମି ସ୍ବତ୍ୱାଧିକାରୀ ହୋଇପାରନ୍ତି। କୃଷିରୁ ଲାଭ ଓ ଯାନ-ବାହନଯୁକ୍ତ ହେବେ।
ସିଂହ: ବର୍ତ୍ତମାନ ପରିସ୍ଥିତିର ବିଲୋପ ଘଟି ଉନ୍ନତିର ମାର୍ଗ ଉନ୍ମୁକ୍ତ ହେବ। ପରିଶ୍ରମର ମୂଲ୍ୟ ମିଳିବ। ଆସନ୍ନ ପ୍ରସବା ଥିଲେ ଚଞ୍ଚଳ ପ୍ରକୃତିର କନ୍ୟା ସନ୍ତାନ ଲାଭ ହୋଇପାରେ। ଆନନ୍ଦ ଉତ୍ସବରେ ଦିନ ବିତିବ।
କନ୍ୟା: ଅଯଥାରେ ଖର୍ଚ୍ଚ ବୃଦ୍ଧି ହୋଇପାରେ। ଚିନ୍ତାଧାରାରେ ଧର୍ମୀୟ ଭାବନା ସ୍ଥାନ ପାଇବ। ସ୍ୱାଭିମାନୀ ହୋଇପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭ ଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚ ସ୍ଥାନ ଆରୋହଣ ମନା।
ତୁଳା: ବନ୍ଧୁ, ସଖା, ସହୋଦର ପ୍ରାୟ ପ୍ରତ୍ୟେକ ଦିଗରୁ ସହାୟତା ମିଳିବ। ଯଶ ଅର୍ଜନ କରିପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ। ଅବିବାହିତ ମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବଦ୍ଧ ସ୍ଥିର ହେବ। ଧାତୁ ଦ୍ରବ୍ୟ ମିଳିବ।
ବିଛା: ଶତ୍ରୁଭୟ ଦୂର ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ବନ୍ଧୁ ସୁଖ ମିଳିପାରେ। ମାନ୍ଦାଗ୍ନିରେ ଆକ୍ରାନ୍ତ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରନ୍ତି।
ଧନୁ: ନିଜର ଶକ୍ତି ଓ ବଳ ଖଟାଇ ଶାରୀରିକ ଶ୍ରମ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚିତ ହେଉଛି। ହଳଦୀ ଲଗାଇ ସ୍ନାନ କଲେ ନୀରୋଗ ରହିବେ।
ମକର: ଦାନ ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଧର୍ମ ମାର୍ଗରୁ ବିଚ୍ୟୁତ ହେବେ ନାହିଁ। କୃଷିରୁ ଆୟ ଆସିବ। ଭାଇମାନେ ଆପଣଙ୍କ ଶ୍ରେଷ୍ଠ ସ୍ଥାନରେ ଅଧିଷ୍ଠିତ କରି ପାରନ୍ତି। ଛନ୍ଦ, କପଟ ହୀନ ହୋଇପାରନ୍ତି।
କୁମ୍ଭ: ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାରେ ପାରଦର୍ଶିତା ଲାଭ କରିବେ। ସାମାଜିକ ସ୍ତରରେ ପରୋପକାରୀ ଭାବେ କାର୍ୟ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଦୀନ ଦରିଦ୍ରଙ୍କ ପ୍ରତି ଦୟାର୍ଦ ଚିତ୍ତ ହୋଇପାରନ୍ତି।
ମୀନ: ନିଜେ ଅଜାଣତରେ ନିଜର କ୍ଷତି ସାଧନ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସୌଭାଗ୍ୟଶାଳୀ ହେବେ। ମିତ୍ରମାନଙ୍କ ସାହାଯ୍ୟ ସହଯୋଗରେ ଅସାଧ୍ୟ ସାଧନ କରିପାରନ୍ତି। ସହିଷ୍ଣୁ ଓ ଶାନ୍ତି ସନ୍ତୋଷ ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories