www.samajalive.in
Thursday, December 11, 2025
14.1 C
Bhubaneswar

କେଜ୍‍ରିୱାଲ୍‍ଙ୍କୁ କୋର୍ଟ ସମନ୍‍

ନୂଆଦିଲ୍ଳୀ: ଦିଲ୍ଳୀ ମୁଖ୍ୟ ଶାସନ ସଚିବ ଆଂଶୁ ପ୍ରକାଶଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ପଟିଆଲା ହାଉସ୍‍ କୋର୍ଟ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କୁ ସମନ୍‍ ଜାରି କରିଛନ୍ତି। ଉକ୍ତ ଘଟଣାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍‍ ଦାଖଲ କରିବା ପରେ କୋର୍ଟ ସମନ୍‍ ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ଲାଗି କେଜ୍‍ରିୱାଲ୍‍ଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। କେଜ୍‍ରିୱାଲ୍‍ଙ୍କ ସହିତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ୧୧ ଜଣ ବିଧାୟକଙ୍କୁ ମଧ୍ୟ କୋର୍ଟ ସମନ୍‍ ଜାରି କରିଛନ୍ତି। ଯଦି ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କୁ ଅତି କମ୍‍ରେ ୭ ବର୍ଷ ଜେଲ୍‍ ଦଣ୍ଡ ହୋଇପାରେ। ଅପରପକ୍ଷରେ ପୁଲିସର ଚାର୍ଜସିଟକୁ ଭ୍ରାନ୍ତ ଓ ଉଦ୍ଦେଶ୍ୟମୂଳକ ଏବଂ ମୋଦି ସରକାରଙ୍କ ହତୋତ୍ସାହର ପ୍ରତିଫଳନ ବୋଲି ଆମ୍‍ ଆଦ୍‍ମୀ ପାର୍ଟି ପକ୍ଷରୁ କୁହାଯାଇଛି।
୩୦୦୦ ପୃଷ୍ଠା ବ୍ୟାପୀ ଚାର୍ଜସିଟ୍‍ରେ ପୁଲିସ ଦର୍ଶାଇଛି ଯେ ମୁଖ୍ୟ ଶାସନ ସଚିବ ଆଂଶୁ ପ୍ରକାଶଙ୍କୁ ଧମକାଇବା ପାଇଁ କେଜ୍‍ରିୱାଲ୍‍ ଓ ସିସୋଡିଆଙ୍କ ସମେତ ୧୧ଜଣ ଷଡ଼ଯନ୍ତ୍ର ରଚିଥିଲେ। ମୁଖ୍ୟ ଶାସନ ସଚିବଙ୍କ ସ୍ୱାଭାବିକ ସରକାରୀ କାର୍ଯ୍ୟ ନିର୍ବାହରେ ବାଧା ସୃଷ୍ଟି କରିବା ସହିତ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା, ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକାଇ ରଖିବା, ଦୁର୍ନୀତି ପାଇଁ ଉସ୍‍କାଇବା ଆଦି ଅଭିଯୋଗ ମଧ୍ୟ ପୁଲିସ ଚାର୍ଜସିଟ୍‍ରେ ଉଲ୍ଳେଖ କରିଛି।
ସୂଚନାଯୋଗ୍ୟ, ଗତ ଫେବୃଆରୀରେ ରାତିରେ କେଜ୍‍ରିୱାଲ୍‍ଙ୍କ ବାସଭବନରେ ତାଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଧମକାଇଥିବା ଓ ମାଡ଼ ମାରିଥିବା ଆଂଶୁ ପ୍ରକାଶ ଅଭିଯୋଗ କରିଥିଲେ। ମାସାଧିକକାଳ ଏହି ବିବାଦ ଲାଗି ରହିବା ପରେ ଗତ ଜୁନ୍‍ ମାସରେ ବିବାଦର ଆପୋସ ସମାଧାନ ହୋଇଥିଲା।

Hot this week

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

Related Articles

Popular Categories