www.samajalive.in
Saturday, December 6, 2025
19.1 C
Bhubaneswar

କଲକାତା ମେଡିକାଲ୍‍ କଲେଜରେ ଅଗ୍ନିକାଣ୍ଡ

କଲକାତା: କଲକାତାରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ଗତକାଲି ଏକ ବଜାରରେ ନିଅାଁ ଲାଗିଥିବା ବେଳେ ଆଜି ଏକ ମେଡିକାଲ୍‍ କଲେଜ୍‍ରେ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ୨୫୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
କେନ୍ଦ୍ରୀୟ କଲକାତା ସ୍ଥିତ କଲକାତା ମେଡିକାଲ୍‍ କଲେଜ୍‍ରେ ବୁଧବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ ମେଡିକାଲ୍‍ କଲେଜର ଫାର୍ମାସି ବିଭାଗରେ ନିଅାଁ ଲାଗିଥିବା ଜଣାପଡ଼ିଥିଲା। ଏହାପରେ ନିଅାଁ ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ, ପୁଲିସ ସମେତ କଲକାତା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବାହିନୀ ସେଠାରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମେଡିକାଲ୍‍ କଲେଜ୍‍ କୋଠା ଧୂଅାଁରେ ଭର୍ତ୍ତି ହୋଇଯାଇଛି।
ନିଆଁ ଲାଗିବା ପରେ ରୋଗୀଙ୍କୁ ଷ୍ଟ୍ରେଚରରେ ଅନ୍ୟ କୋଠାକୁ ନିଆଯାଇଥିଲା। କେତେକ ରୋଗୀଙ୍କୁ ସାଲାଇନ୍‍ ଲାଗିଥିବା ଅବସ୍ଥାରେ କେବଳ ବେଡ୍‍ସିଟ୍‍ ସହାୟତାରେ ନିଆଯାଉଥିôବା ଦେଖାଯାଇଥିଲା। ପର୍ଯ୍ୟାୟକ୍ରମେ ରୋଗୀଙ୍କୁ ଆମ୍ବଲାନ୍ସ ଯୋଗେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି।
ଏହା ପୂର୍ବରୁ ୨୦୧୧ରେ କଲକାତା ସ୍ଥିତି ଆମ୍ରି ହସ୍ପିଟାଲ୍‍ରେ ନିଅାଁ ଲାଗି ୯୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories