ହ୍ବାଟ୍ସଆପ୍ ଆଣିଲା ନୂଆ ଫିଚର୍, ଜାଣନ୍ତୁ…

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ଏକ ନୂଆ ଫିଚର ଆଣୁଛି ଯାହା ସାହାଯ୍ୟରେ ଆପଣ ସହଜରେ ନୂଆ ଷ୍ଟିକର ପ୍ୟାକ୍ ଖୋଜିପାରିବେ । ଏବେ ଷ୍ଟିକର ଷ୍ଟୋରକୁ ଯାଇ ନୂଆ ଷ୍ଟିକର ପ୍ୟାକ୍ ଡାଉନଲୋଡ୍ କରିବାକୁ ପଡିବନି । ଆଗକୁ ହ୍ବାଟ୍ସଆପ୍ ଉପଭୋକ୍ତାଙ୍କୁ ଏହି ଷ୍ଟିକର ଡାଉନଲୋଡ୍ ସମ୍ପର୍କିତ ସବିଶେଷ ତଥ୍ୟ ଦେବ । ବର୍ତ୍ତମାନ ଏହି ଫିଚର କେବଳ ଏଣ୍ଡୋରାର ବିଟା ଟେଷ୍ଟର୍ସଙ୍କ ପାଇଁ ଉପଲବ୍ଧ ।

ହ୍ବାଟ୍ସଆପ୍ କିଛି ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ ଆଣିବାକୁ ଚେଷ୍ଟା କରୁଛି । ଏବେ କିଛି ଲୋକଙ୍କୁ ଚାଟ୍ କରିବା ସମୟରେ ସିଧା ନୂଆ ଷ୍ଟିକର ପ୍ୟାକ୍ ଦେଖିବାର ପରାମର୍ଶ ମିଳୁଛି । ଏହି ଷ୍ଟିକର ପ୍ୟାକ୍ ଯଦିଓ ଷ୍ଟିକର ଷ୍ଟୋରରେ ମିଳେ କିନ୍ତୁ ଏବେ ଆପଣଙ୍କୁ ଷ୍ଟୋରକୁ ଯିବାକୁ ପଡିବନି । ସିଧା ଚାଟରେ ଏହି ପରାମର୍ଶ ମିଳିବ ଏବଂ ଆପଣ ଏହାକୁ ସହଜରେ ଦେଖିପାରିବେ । ବର୍ତ୍ତମାନ ଏହା କେବଳ ଟେଷ୍ଟିଂ ପାଇଁ ଅଛି ଏବଂ ସମସ୍ତଙ୍କୁ ଏବେ ମିଳିନି ।

ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

ଉପଭୋକ୍ତାଙ୍କୁ ଦେଖିବାକୁ ମିଳୁଥିବା ଏହି ଷ୍ଟିକର ପ୍ରାୟ ୩୨ ପାଖାପାଖି । ଏହା ଆପଣଙ୍କ ପସନ୍ଦ ଅନୁସାରେ ବା ଷ୍ଟୋରରେ ନୂଆ ଆସିବା ପରେ ନଜର ଆସିପାରେ । ଯେଉଁ ଷ୍ଟିକର ପ୍ୟାକକୁ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ତା ଉପରେ ଏକ୍ଲ ପ୍ଲସ୍(+) ଚିହ୍ନ ଲାଗିଥିବ । ଏହାକୁ ଆପଣ ସହଜରେ ଡାଉନଲୋଡ କରିପାରିବେ ।

Comments are closed.