www.samajalive.in
Saturday, December 6, 2025
19.1 C
Bhubaneswar

ଆଦର୍ଶ ନିର୍ବାଚନ ବିଧି ନିୟମ ଉଲ୍ଲଂଘନ କରୁଛି ନିର୍ମାଣ ବିଭାଗ

ସମ୍ବଲପୁର: ସାରା ଦେଶରେ ଏବେ ନିର୍ବାଚନ ପାଇଁ ଆଦର୍ଶ ନିର୍ବାଚନ ବିଧି ନିୟମ ଲାଗୁ ରହିଛି। ଏଣୁ ବିଭିନ୍ନ ସରକାରୀ ଯୋଜନା ଗୁଡିକରେ ଲାଗିଥିବା ବିଭିନ୍ନ ଦଳର ନେତା ମାନଙ୍କର ପୋଷ୍ଟର ଓ ବ୍ୟାନର ଗୁଡିକୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ହଟାଇ ଦିଆଯାଇଛି। କିନ୍ତୁ ସମ୍ବଲପୁର ଜିଲାରେ ନିୟମ ଉଲ୍ଲଂଘନ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି।

ବିଗତ ଦିନରେ ଜିଲା ବିଜେପି ପକ୍ଷରୁ ମିଶନ ଶକ୍ତି ଅର୍ନ୍ତଗତ ମହିଳା ସଦସ୍ୟା ମାନଙ୍କୁ ବିଭିନ୍ନ ବିଭାଗ ତରଫରୁ ବିଦେଶ ଯାତ୍ରା କରାଯାଉଥିବାର ଅଭିଯୋଗ ଜିଲାପାଳଙ୍କ ନିକଟରେ ପୁର୍ନବାର ନିୟମ ଉଲ୍ଲଂଘନର ମାମଲା ସମ୍ମୁଖକୁ ଆସିଛି। ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ନୁଆବରଙ୍ଗାମାଲ ପଞ୍ଚାୟତର ପେଟୁପାଲି ଛକ ନିକଟରେ ଆଦର୍ଶ ନିର୍ବାଚନ ବିଧି ନିୟମ ଉଲ୍ଲଂଘନ କରାଯାଉଥିବାର ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଅଧିନସ୍ଥ ନିର୍ମାଣ ବିଭାଗ ପକ୍ଷରୁ ନିର୍ବାଚନ ନିୟମକୁ ଉଲ୍ଲଂଘନ କରାଯାଇଥିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

- Advertisement -

ଯୁଯୁମୁରା ବ୍ଲକର ବିଜେପି ନେତ୍ରୀ ଟିକି ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ସମ୍ବଲପୁର ପଟରୁ କିସିଣ୍ଡା ଯାଇଥିବା ରାସ୍ତାର ନୁଆବରଙ୍ଗାମାଲ ପଞ୍ଚାୟତର ପେଟୁପାଲି ଛକ ନିକଟରେ ନିର୍ମାଣ ବିଭାଗର ସମ୍ବଲପୁର ରାସ୍ତା ଓ କୋଠାବାଡି ମଣ୍ଡଳ – ୧ ପକ୍ଷରୁ (ତାଲପାଲି – ହିରାଲୋଇ – ବଲମ – ବରଘାଟ – ଗୋଧିଢ଼ିପା) ରାସ୍ତାର ଉନ୍ନତିକରଣ ପାଇଁ ଲଗାଯାଇଥିବା ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ ଫଟୋ ଲଗାଯାଇଛି। ନିର୍ବାଚନକୁ ଧ୍ୟାନରେ ରଖି ଏଭଳି ବୋର୍ଡ ଓ ପୋଷ୍ଟର ଗୁଡିକୁ ହଟାଇ ଦେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ବେଳେ କିନ୍ତୁ ଏହାକୁ ଉଲ୍ଲଂଘନ କରାଯାଇ ଆଜି ପର୍ଯ୍ୟନ୍ତ ହଟା ଯାଇ ନାହିଁ। ଏଣୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଜେପି ନେତ୍ରୀ ଟିକି ପ୍ରଧାନ ଦାବି କରିଛନ୍ତି।

ଏ ସମ୍ପର୍କରେ ନିର୍ମାଣ ବିଭାଗର ଅଧିକାରୀ ସତ୍ୟଜିତ ସାମଲଙ୍କ ପଚରାଯିବାରୁ କହିଛନ୍ତି ଯେ, ଅଞ୍ଚଳରେ ଥିବା ସମସ୍ତ ବୋର୍ଡ ଗୁଡିକୁ ପାଲ ଦେଇ ଢ଼ଙ୍କା ଯାଇଥିବା ବେଳେ କେହି ତାହା ଖୋଲି ଦେଇଥିବେ। ଅପରପକ୍ଷରେ ଅଞ୍ଚଳରେ ଆହୁରୀ ଅନେକ ସ୍ଥାନରେ ଏଭଳି ନିୟମ ଉଲ୍ଲଂଘନ କରାଯାଉଥିବା ବେଳେ ବିଭିନ୍ନ ଆଳ ଦେଖାଇ ବିଷୟକୁ ଏଡାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories