www.samajalive.in
Thursday, December 11, 2025
14.1 C
Bhubaneswar

ଅତଡ଼ା ଖସି ୭ ମୃତ, ୩ ଗୁରୁତର

ଡେରାଡୁନ୍‍ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ରାଜପଥର ବାନସ୍‍ୱାରାଠାରେ ଶୁକ୍ରବାର ରାସ୍ତା କାର୍ଯ୍ୟ ଚାଲିଥିବାବେଳେ ଅତଡ଼ା ଖସି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତକ ଜାମ୍ମୁ କାଶ୍ମୀର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି।
ସୂଚନା ଅନୁସାରେ ରାଜପଥ କାର୍ଯ୍ୟ ଚାଲିଥିବା ସମୟରେ କଡ଼ ପାହାଡରୁ ଏକ ବଡ଼ ଅତଡ଼ା ଖସିପଡ଼ିଥିଲା। ରାସ୍ତା କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହି ଅତଡ଼ା ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମାଟି ତଳୁ ୭ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲାପାଳ ଏବଂ ଏସ୍‍ପିଙ୍କ ପକ୍ଷରୁ କୁହାଯାଇଛି ଯେ ଠିକାଦାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଉପଜିଲାପାଳ ଗୋପାଳ ସିଂହ ଚୌହାନଙ୍କ ନେତୃତ୍ୱରେ ଏକ ତଦନ୍ତାକରୀ ଦଳ ଗଠନ କରାଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories