www.samajalive.in
Sunday, December 7, 2025
13.1 C
Bhubaneswar

ଏବେ ସିଧାସଳଖ ୟୁଟ୍ୟୁବରେ କରି ପାରିବେ ସପିଙ୍ଗ୍‌; ଲଞ୍ଚ ହେଲା ଜବରଦସ୍ତ ଫିଚର୍‌..

ନୂଆଦିଲ୍ଲୀ : ୟୁଟ୍ୟୁବ୍‌ ଆଣିଛି ଏକ ନୂଆ ଜବରଦସ୍ତ ଫିଚର୍‌ । ଏହା ୟୁଟ୍ୟୁବ୍‌ ସପିଙ୍ଗ୍‌ ନାମରେ ନାମିତ ହୋଇଛି । ଫ୍ଲିପ୍‌କାର୍ଟ ଓ ମିନ୍ତ୍ରା ସହଭାଗିତାରେ ଏହା ଆରମ୍ଭ ହୋଇଛି । ଏଠାରେ କ୍ରିଏଟର୍ସଙ୍କ ସାହାଯ୍ୟରେ ଜିନିଷ ତାଲିକା କରାଯିବ । ଏହାସହ ଭିଡିଓ ମଧ୍ୟ ଲିଙ୍କ୍‌ କରାଯିବ। ଜିନିଷ ବିକ୍ରି ପରେ ସେମାନଙ୍କୁ କମିସନ୍‌ ମଧ୍ୟ ଦିଆଯିବ। ଅର୍ଥାତ୍‌ ଯଦି ଆପଣଙ୍କର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି, ଏଥିରେ ଜିନିଷକୁ ତାଲିକାଭୁକ୍ତ କରାଯିବ, ସେହି ତାଲିକାରୁ ବିକ୍ରି ହେଲେ କମିସନ୍‌ ମିଳିବ ।

ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

- Advertisement -

ୟୁଟ୍ୟୁବ୍‌ରେ ସପିଙ୍ଗ୍‌ ଫିଚର୍‌ର ମଜା ଭାରତୀୟ କ୍ରିଏଟର୍ସଙ୍କୁ ମିଳିବ । ଏହାଦ୍ୱାରା ୟୁଟ୍ୟୁବ୍‌ ରୋଜଗାର ବୃଦ୍ଧି ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ଫିଚର୍‌ କ୍ରିଏଟର୍ସଙ୍କୁ ନିଜର ଭିଡିଓରେ ଜିନିଷର ଟ୍ୟାଗିଙ୍ଗ୍‌ ଦେବା ପାଇଁ ମଧ୍ୟ ସ୍ୱାଧୀନତା ଦେଇଛି । ଜିନିଷ କିଣା ଉପରେ ରୋଜଗାରର ମଧ୍ୟ ସୁଯୋଗ ଦେବ । ତେବେ ୟୁଟ୍ୟୁବ୍‌ ସଫିଙ୍ଗ୍‌ ଫିଚର୍‌ର ଲାଭ ପାଇବା ପାଇଁ ଆପଣଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ୧୦ ହଜାର ସବସ୍କ୍ରାଇବର୍‌ ଥିବା ଆବଶ୍ୟକ ।

ଜାଣନ୍ତୁ କେମିତି କରିବେ ସପିଙ୍ଗ୍‌..

ସର୍ବପ୍ରଥମେ ଆପଣଙ୍କୁ ୟୁଟ୍ୟୁବ୍‌ ଖୋଲିବାକୁ ପଡିବ ।
ଏହାପରେ ଆପଣଙ୍କୁ ୟୁଟ୍ୟୁବ୍‌ ଷ୍ଟୁଡିଓରେ କ୍ଲିକ୍‌ କରିବାକୁ ପଡିବ ।
ପରେ ବାମ ପଟରେ ଥିବା Earn ବିକଳ୍ପ ଦେଖିବେ, ଏଥିରେ କ୍ଲିକ୍‌ କରନ୍ତୁ ।
ଏହାପରେ ଆପଣଙ୍କୁ ପୋଗ୍ରାମ୍‌ ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ ।
ପରେ Jion Now ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ ।
ଏହାପରେ ଆପଣଙ୍କୁ ନିୟମ ଓ ସର୍ତ୍ତାବଳୀ ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ ।
ଏହାପରେ ନୂଆ ଫିଚର୍‌ର ବିକଳ୍ପ ଆସିଯିବ ।

ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..

ପିଲାମାନଙ୍କ ପାଇଁ ପ୍ରସ୍ତୁତ ୟୁଟ୍ୟୁବ୍ ଭିଡିଓଗୁଡିକରେ କୌଣସି ରୋଜଗାରର ସୁଯୋଗ ମିଳିବ ନାହିଁ । ୟୁଟ୍ୟୁବ୍ ମ୍ୟୁଜିକ୍ ଚ୍ୟାନେଲ୍, ଅଫିସିଆଲ୍ ଆର୍ଟିଷ୍ଟ ଚ୍ୟାନେଲ୍ ଏବଂ ପ୍ରକାଶକ ଚ୍ୟାନେଲରେ ପ୍ରୋଗ୍ରାମ ସାଇନ୍ ଅପ୍ ପାଇଁ ଏକ ସୁଯୋଗ ରହିବ । ଏହି ଫିଚର୍‌ ଟ୍ୟାଗିଂ ବିକଳ୍ପ ଉପଲବ୍ଧ ହେବ। ଏହି ଫିଚର୍‌ରେ ସର୍ବାଧିକ ୩୦ଟି ଜିନିଷ ଉପରେ ଏକ ଭିଡିଓରେ ଟ୍ୟାପ୍ କରି ପାରିବେ । ଯଦି କ୍ରିଏଟର ଚାହାଁନ୍ତି, ସେମାନେ ଲାଇଭ୍ ଷ୍ଟ୍ରିମିଂ ସମୟରେ ଜିନିଷର ଟ୍ୟାଗ୍ କରିବାକୁ ସମର୍ଥ ହେବେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories