ଯାଜପୁର : ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ଓସ୍ତପାଳ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମକୁ ନେଇ ଜଣେ ଯୁବକ ନାବାଳିକାଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଯୁବକ ଫେରାର୍ ଥିବା ଜଣାପଡ଼ିଛି। ଖବର ପାଇ ଟମକା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କ ବେକ କାଟିଲା ଯୁବକ
Popular Categories



