www.samajalive.in
Sunday, December 7, 2025
23.1 C
Bhubaneswar

ସୌନ୍ଦର୍ଯ୍ୟ ପାଇଁ ‘ନାକ’ର ସର୍ଜରୀ କଲେ, ଶେଷରେ ହରାଇବାକୁ ପଡ଼ିଲା ଦୁଇ ଗୋଡ଼, ଜାଣନ୍ତୁ କାରଣ

ସୁନ୍ଦର ଚେହେରା ପାଇଁ ନାକର ସର୍ଜରୀ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସେ କେବେ ଚିନ୍ତା କରି ନ ଥିଲେ ଯେ ଏଥିପାଇଁ ତାଙ୍କୁ ଦୁଇ ଗୋଡ଼ ହରାଇବାକୁ ପଡ଼ିବ। ଶେଷରେ ଏପରି କିଛି ଘଟିଲା ଯେଉଁଥିପାଇଁ ଯୁବତୀଙ୍କ ଜୀବନ ବଞ୍ଚାଇବା ଲାଗି ଡାକ୍ତରଙ୍କୁ ତାଙ୍କର ଦୁଇ ଗୋଡ଼ କାଟିବାକୁ ପଡ଼ିଲା। ଏଭଳି ଏକ ଘଟଣା ଘଟିଛି ଇସ୍ତାନବୁଲରେ।

- Advertisement -

ସଚୂନା ଅନୁସାରେ, ୨୫ ବର୍ଷୀୟ ସେଭିଂକ ସେକ୍ଲିକ ନିଜ ନାକ ଛୋଟ କରିବା ଲାଗି ଇସ୍ତାନବୁଲର ଏକ ଘରୋଇ ହସ୍ପିଟାଲରେ ‘ନୋଜ ରିଡକ୍ସନ ସର୍ଜରୀ’ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସର୍ଜରୀ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବାରୁ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ। ଘରକୁ ଯିବା ପରେ ସେଭିଙ୍କଙ୍କୁ ଜ୍ଵର ହୋଇଥିଲା। ସେ ଏ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ଅସୁବିଧା ନାହିଁ ବୋଲି ଡାକ୍ତର କହିଥିଲେ। ସପ୍ତାହକ ପରେ ଜ୍ଵର ନ କମିବାରୁ ସେଭିଂକ ହସ୍ପିଟାଲ ଯାଇଥିଲେ। ଏପରି ଲକ୍ଷଣ ସାଧାରଣ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇ ତାଙ୍କୁ ଫେରାଇ ଦିଆଯାଇଥିଲା।

 

କିନ୍ତୁ ସେଭିଂକଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। ଡାକ୍ତର କହୁଥିଲେ ସର୍ଜରୀ ପରେ ଏପରି ଲକ୍ଷଣ ଦେଖାଦେଇଥାଏ, ଚିନ୍ତା କରିବାର କୌଣସି କାରଣ ନାହିଁ। ଏହା ସତ୍ବେ ସେଭିଂକଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ତାଙ୍କ ଭାଇ କୁହନ୍ତି, ଧୀରେ ଧୀରେ ସେଭିଂକଙ୍କ ଦୁଇ ଗୋଡ଼ର ରଙ୍ଗ କଳା ପଡ଼ିଯାଇଥିଲା। ଶରୀର ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲର ଜରୁରିକାଳୀନ ବିଭାଗ ଡାକ୍ତରମାନେ ସେଭିଂକଙ୍କ ଚିକିତ୍ସା କରିଥିଲେ। ସେ ବ୍ଲଡ୍‌ ପଏଜନିଂ ସମସ୍ୟାରେ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ। ତାଙ୍କ ଜୀବନ ରକ୍ଷା କରିବା ପାଇଁ ଦୁଇ ଗୋଡ଼ କାଟିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଡାକ୍ତର କହିଥିଲେ। ଶେଷରେ ସେଭିଂକଙ୍କ ଜୀବନ ବଞ୍ଚାଇବାକୁ ଆଣ୍ଠୁ ତଳକୁ ତାଙ୍କର ଦୁଇ ଗୋଡ଼ କଟାଯାଇଥିଲା।

ଏହା ପରେ ହସ୍ପିଟାଲ ବିରୋଧରେ ସେଭିଂକଙ୍କ ପରିବାର ଲୋକେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହସ୍ପିଟାଲର ଅବହେଳା ଯୋଗୁ ସେଭିଂକ ତାଙ୍କ ଗୋଡ଼ ହରାଇଥିବାରୁ ଏଥିପାଇଁ ୧ କୋଟି ଟଙ୍କା (୧୭୭,୩୯୯ ଅଷ୍ଟ୍ରେଲୀୟ ଡଲାର) କ୍ଷତିପୂରଣ ଦେବାକୁ କୋର୍ଟରେ ଆବେଦନ କରିଥିଲେ। ଅନ୍ୟପଟେ ହସ୍ପିଟାଲ କର୍ମଚାରୀଙ୍କ ଯୁକ୍ତି ଥିଲା ଏହି ଘଟଣା ପାଇଁ ସେମାନଙ୍କୁ ଦୋଷୀ କରାଯିବା ଠିକ୍‌ ନୁହେଁ। ଏଥିରେ ସେମାନଙ୍କର କୌଣସି ତ୍ରୁଟି ନାହିଁ।

ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ, ସର୍ଜରୀ କରାଯିବାର ୨ ସପ୍ତାହ ପରେ ଏବଂ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ଚିକେନ୍‌ ଖାଇଥିବା ଫଳରେ ବ୍ଲଡ ପଏଜନିଂ ହୋଇଛି। ତେବେ କୋର୍ଟ ଏହି ମାମଲାରେ ବିଶେଷଜ୍ଞଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସହିତ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଥିବା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories