www.samajalive.in
Thursday, December 11, 2025
16.1 C
Bhubaneswar

ବସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ

ସମାଜ ଡିଜିଟାଲ ଡେସ୍କ: ବସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ମହାରାଷ୍ଟ୍ରର ପୁଣେ ସହରରେ ଏକ ବସଷ୍ଟାଣ୍ଡରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ତା’ ନାମରେ ପୂର୍ବରୁ ଏକାଧିକ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ୨୬ ବର୍ଷୀୟ ପୀତିତା ଜଣକ ପୁଣେରେ ସ୍ବରଗେଟ ବସଷ୍ଟାଣ୍ଡ ନିକଟରେ ବସକୁ ଅପେଡ଼ା କରି ଛିଡ଼ା ହୋଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ଦିଦି ବୋଲି ଡାକି ତାଙ୍କ ବସ ଅନ୍ୟ ଏକ ପ୍ଲାଟଫର୍ମରେ ପହଞ୍ଚିଥିବା କହିଥିଲେ। ଏପରି ଯୁବତୀ ଜଣଙ୍କୁ ତାଙ୍କ ବସ ନିକଟକୁ ବି ଡାକିଥିଲେ। ସେଠାରେ ଶିବ ଶାହି ନାମକ ଏକ ଏସି ବସ ନିକଟକୁ ନେଇଥିଲେ। ବସ ଭିତର ଅନ୍ଧାର ଥିବାରୁ ଯୁବତୀ ଜଣକ କେହି ଯାତ୍ରୀ ନ ଥିବା ଭାବି ସେଥିରେ ଚଢ଼ି ନ ଥିଲେ। ହେଲେ ଅଭିଯୁକ୍ତ ତାଙ୍କୁ ଟର୍ଚ୍ଚ ଦେଇ ଭିତରେ ଯାଞ୍ଚ କରିବାକୁ କହିଥିଲେ। ଏହା ପରେ ଯୁବତୀ ଜଣକ ଟର୍ଚ୍ଚ ସାହାର୍ଯ୍ୟରେ ବସ ଭିତରେ ଯାଞ୍ଚ କରିବା ସମୟରେ ଅଭିଯୁକ୍ତ ତାଙ୍କୁ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ପରେ ସେଠାରୁ ଫେରାର ହୋଇଯାଇଥିଲା। ଅଭିଯୋଗ ମିଳିବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିବା ସହିତ ତା’କୁ ଧରିବା ଲାଗି ଏକାଧିକ ଟିମ ମୁତୟନ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories