ପୁରୀ: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର ସମାବେଶରେ ଉଦ୍ବୋଧନ ଦେଇ (ଏସଏଚଜି) ସ୍ବୟଂସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ ମିଳିବ ଘୋଷଣା କରିଛନ୍ତି । ୩୧ ହଜାର ସ୍ବୟଂସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତାକୁ ୩୦ କୋଟି ଟଙ୍କା ପଠାଯିବ ବୋଲି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ନୂଆ ଏସଏଚଜି ଗ୍ରୁପଙ୍କୁ ୧୫ ହଜାର ଟଙ୍କା ସିଡ୍ ମନି ସହାୟତା ଯୋଗାଇ ଦିଆଯିବ । ୩୩୮ଟି ବ୍ଳକ୍ ସ୍ତରୀୟ ମିଶନଶକ୍ତି ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟକ ପାଣ୍ଠି ମିଳିବ । ୩୦ ଲକ୍ଷ ନୂଆ ସଦସ୍ୟଙ୍କୁ ମୋଟ ୪୦୦ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ । ୬ଲକ୍ଷ ଗ୍ରୁପର ମହିଳାମାନଙ୍କୁ ସ୍ମାର୍ଟଫୋନ ପାଇଁ ୩ ହଜାର ଟଙ୍କା ଲେଖାଏଁ ମିଳିବ । ୭୦ ଲକ୍ଷ ଗ୍ରୁପକୁ ୭୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିପରି ଅଙ୍ଗନବାଡି କର୍ମୀ ଓ ହେଲପରଙ୍କୁ ପ୍ରୋତ୍ସହାନ ରାଶି ମିଳିବ । ସମାବେଶ ଅବସରରେ ପୁରୀର ମିଶନ ଶକ୍ତି ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ପୁରୀ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୬୦ ହଜାର ସଭ୍ୟ ଉପସ୍ଥିତ ଥିଲେ ।
Popular Categories



