www.samajalive.in
Wednesday, December 10, 2025
26.1 C
Bhubaneswar

ହିମାଳୟରେ ‘ୟେଟି’ର ପାଦଚିହ୍ନକୁ ନେଇ ଚର୍ଚ୍ଚା; ଟ୍ବିଟରରେ ଫଟୋ ଶେୟାର କଲା ଭାରତୀୟ ସେନା

ନୂଆଦିଲ୍ଲୀ: ହିମାଳୟରେ ୟେଟି(ହିମ ମାନବ ବା ମାଙ୍କଡ଼ ଭଳି ଦେଖାଯାଉଥିବା ବୃହଦାକାର ଜୀବ)ର ପାଦଚିହ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ସେନାର ଯବାନମାନେ ହିମାଳୟ ପର୍ବତାରୋହଣ କରିବା ସମୟରେ ଏଭଳି ପାଦଚିହ୍ନ ଦେଖିବାକୁ ପାଇଛନ୍ତି। ଏହାର ଫଟୋ ଉଠାଇ ଯବାନମାନେ ଟ୍ବିଟରରେ ଶେୟାର କରିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ତେବେ ଏହା ଏକ କାଳ୍ପନିକ ଜୀବ ଏବଂ ଏହାର ଅସ୍ତିତ୍ଵ ନେଇ ଅନେକ ଟ୍ବିଟର ବ୍ୟବହାରକାରୀ ଏବଂ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଅନେକେ ଏହାର ମଜା ବି ଉଡ଼ାଇଛନ୍ତି।

Image courtesy: Hindustan times

ଟ୍ବିଟର ପୋଷ୍ଟରେ ଯବାନମାନେ ଉଲ୍ଲେଖ କରିଛନ୍ତି ଯେ, ‘ପୂର୍ବ ନେପାଳ ଅନ୍ତର୍ଗତ ହିମାଳୟର ମକାଲୁ ବେସ୍‌ କ୍ୟାମ୍ପ ନିକଟରେ ଏହି ବିଶାଳକାୟ ରହସ୍ୟମୟ ପାଦଚିହ୍ନ ଦେଖିବାକୁ ମିଳିଛି। ଏହାର ଆକାର ତଥା ଲମ୍ବ ୩୨ ଇଞ୍ଚ ଏବଂ ଓସାର ୧୫ ଇଞ୍ଚ ରହିଛି। ଅତୀତରେ ମକାଲୁ-ବାରୁନ ନ୍ୟାଶନାଲ ପାର୍କ ନିକଟରେ ଏହି ହିମମାନବ ଦେଖିବାକୁ ମିଳିଥିଲା।’

- Advertisement -

ତେବେ ୟେଟି ବା ହିମମାନବ ନେପାଳର ହିମାଳୟ ରିଜିଅନରେ ବାସ କରୁଥିବା କୁହାଯାଉଛି। ବୈଜ୍ଞାନିକମାନେ ଏହାକୁ ଏକ କାଳ୍ପନିକ ଜୀବ ଭାବେ ବର୍ଣ୍ଣନା କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories