www.samajalive.in
Tuesday, December 9, 2025
23.1 C
Bhubaneswar

କେଶର ଘନତ୍ବ ବଢାଇବାର ଉପାୟ

ଏବର ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଇଛି। ଏହା ପଛର ମୁଖ୍ୟ କାରଣ ହେଲା ବିଭିନ୍ନ ରାସାୟନିକ ତତ୍ତ୍ବ ଥିବା ଶ୍ୟାମ୍ପୁ ବ୍ୟବହାର କରିବା, ନିୟମିତ ଭାବେ କେଶ ​‌ଷ୍ଟ୍ରେଟ୍ ଓ କଲର କରାଇବା। ଘନ କେଶ ପାଇବା ନିମନ୍ତେ ସରଳ ଉପଚାର କରିବାର ଆବଶ୍ୟକତା ରହିଛି।

୨ ଚାମଚ ଆପଲ୍ ସିଡାର ଭିନେଗାରରେ ୨ଚାମଚ ଅଲିଭ ତେଲ ଓ ୩ ଅଣ୍ଡା ମିଶାଇ ଫେଣ୍ଟିନେବେ। ଏବେ ସେହି ମିଶ୍ରଣକୁ କେଶମୂଳରେ ଲଗାଇ ଅଢ଼େଇ ଘଣ୍ଟା ପରେ କେଶ ଧୋଇବେ। ସପ୍ତାହକୁ ୨ ଥର ଏପରି କଲେ ନିଜେ ଫରକ୍ ଜାଣିପାରିବେ।

- Advertisement -

ଶୁଦ୍ଧ ନଡ଼ିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ନିମନ୍ତେ ଖୁବ୍ ଉତ୍ତମ। ସପ୍ତାହରେ ୨ ରୁ ୩ଥର ଏହି ତେଲର ମିଶ୍ରଣକୁ କେଶମୂଳରେ ଲଗାଇଲେ କେଶ ଝଡ଼ା ବନ୍ଦ ହୋଇଥାଏ।

ଓଦା କେଶ ନ ଶୁଖିବା ପର୍ଯ୍ୟନ୍ତ କେଶରେ ତଉଲିଆ ଘୋଡ଼ାଇ ରଖନ୍ତୁ। ଏହା ମଧ୍ୟ କେଶ ଝଡ଼ାରୁ ରକ୍ଷା କରେ।

କେଶର ଘନତ୍ବ ବଢ଼ାଇବା ପାଇଁ ଅଣ୍ଡା ସପ୍ତାହକୁ ୨ ଥର ଲଗାଇବା ଉପକାରୀ।

ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories