୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଢିବ ତାପମାତ୍ରା
ଭୁବନେଶ୍ବର : ଗ୍ରୀଷ୍ମପ୍ରବାହ ନେଇ ଆସନ୍ତାକାଲି ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ନୟାଗଡ, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଥିବା ନେଇ ସତର୍କ କରାଯାଇଛି । ବିଶେଷ କରି ଉପକୂଳ ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ଆକଳନ କରାଯାଇଛି । କହିରଖୁଛୁ କିଛି ଦିନର ଆଶ୍ଵସ୍ତି ପରେ ପୁଣି ତାତି ଫେରିଛି । ରବିବାର ପ୍ରାୟ ୧୦ ସହରର ତାପମାତ୍ରା ୩୯ ଡିଗ୍ରୀ ଟପିଛି । ପାରଳାଖେମୁଣ୍ଡି ୪୦.୫ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ସାଜିଛି । ସେହିଭଳି ମାଲକାନଗିରିରେ ତାପମାତ୍ରା ୩୯.୯ ଡିଗ୍ରୀ ଥିବାବେଳେ ଭୁବନେଶ୍ବରର ତାପମାତ୍ରା ୩୯.୬ ଡିଗ୍ରୀ ରହିଥିଲା ।
ଭୁବନେଶ୍ଵର ସବୁଠୁ ଉତ୍ତପ୍ତ, ସାଢେ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଟପିଲା ତାପମାତ୍ରା
Comments are closed.