ଗୁରୁଡିଝାଟିଆ: ଟାଙ୍ଗି-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଘାଟକୂଳ ଠାରେ ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ବ୍ରଚାଚାରୀମାନେ ଶୁଦ୍ଧପୂତ ଭାବେ ୨୧ହାତରେ ନିର୍ମିତ ରଡ ନିଆଁରେ ଚାଲିଥିଲେ। କାଳେସୀ ମଙ୍ଗରାଜ ବେହେରାଙ୍କ ଉପସ୍ଥିତିରେ ବ୍ରତାଚାରୀମାନେ ପ୍ରଭୂଙ୍କୁ ସ୍ମରଣ କରି ନିଆଁରେ ଚାଲୁଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ହରିବୋଲ ହୁଳହୁଳି ପକାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଝାମୁଯାତ୍ରା କମିଟିର ସଦସ୍ୟମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Popular Categories



