ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଓରନ୍ଦା, କପୁରସିଂହ ଓ ସୀତାରାମପୁର ଗ୍ରାମ ପକ୍ଷରୁ ୫୫ନଂ ଜାତୀୟ ରାଜପଥ ନିକଟରେ ଅଧିଷ୍ଠିତ ମହାବୀରଙ୍କ ପୂଜାଉତ୍ସବ ତଥା ଜୟନ୍ତୀ ଶାସ୍ତ୍ରୀୟ ବିଧିମୁତାବକ ପାଳନ କରାଯାଇଛି। ସ୍ଥାନୀୟ ପଞ୍ଚାୟତ ସମୂହର ଶ୍ରଦ୍ଧାଳୁ ଜନସାଧାରଣ ସକାଳୁ ସକାଳୁ ସଂକଟ ମୋଚନ ହନୁମାନଜୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଉପସ୍ଥିତ ହୋଇଥିଲେ। ହନୁମାନ ଚାଳିଶା ପାଠ କରାଯାଇଥିଲା।
କମିଟିର ବରିଷ୍ଠ ସଦସ୍ୟ ସୁଧିର କୁମାର ରାଉତ, ଅଭୟ କୁମାର ସାମଲ, ପ୍ରଜ୍ଞାଶୁ ବେହେରା, ବିଜୟ କୁମାର ବାରିକ, ପ୍ରତାପ ଚନ୍ଦ୍ର ବାରିକ, ଉଗ୍ରସେନ ସ୍ୱାଇଁ,ଉପଦେଷ୍ଟା ପ୍ରେମାନନ୍ଦ ବେଉରା ଓ କୃଷ୍ଣଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



