ନୂଆଦିଲ୍ଲୀ : ୟାମାହା ମୋଟର କମ୍ପାନୀ ଲିମିଟେଡ୍ ୧ ଜୁଲାଇ ୨୦୨୫ରେ ନିଜ ୭୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ଏବଂ ଏହି ଖାସ୍ ଅବସରରେ ଗ୍ରାହକଙ୍କୁ ଅନେକ ଅଫର ଦେଇଛି କମ୍ପାନୀ । କମ୍ପାନୀ ୟାମାହା ରେଜର ୧୨୫ ଏଫଆଇ ହାଇବ୍ରିଡରେ ୧୦ ହଜାର ଟଙ୍କାର ସଞ୍ଚୟ ଘୋଷଣା କରିଛି ।
ୟାମାହା ନିଜ ରେଜର ୧୨୫ ହାଇବ୍ରିଡ୍ ଏବଂ ରେଜର ୧୨୫ ଏଫଆଇ ହାଇବ୍ରିଡ୍ ଷ୍ଟ୍ରିଟ୍ ରାଲି ସ୍କୁଟରରେ ୭ ହଜାର ଟଙ୍କାର ଏକ୍ସ-ଶୋରୁମ୍ ରିହାତି ନେଇଆସିଛି । ଏହା ସହିତ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅନ୍ ରୋଡ୍ ଦାମରେ ସଞ୍ଚୟ ହୋଇପାରେ ଯାହା ଏହି ଅବସରକୁ ଖାସ୍ କରୁଛି ।
ରେଜର ୧୨୫ ହାଇବ୍ରିଡରେ ସ୍ପୋର୍ଟିଂ ଡିଜାଇନ୍ ଏବଂ ୟଙ୍ଗ ଲୁକ୍ ମିଳେ ଯାହା ଏହାକୁ ଅଧିକ ଆକର୍ଷିତ କରିଥାଏ । ଏଥିରେ ଫ୍ୟୁଲ ଏଫିସିଏଣ୍ଟ ହାଇବ୍ରିଡ୍ ଟେକନିକ୍ ରହିଛି ଯାହା ଉତ୍ତମ ମାଇଲେଜ୍ ପ୍ରଦାନ କରେ । ଏହା ସହିତ ଏଥିରେ ସ୍ମାର୍ଟ ମୋଟର ଜେନେରେଟର ଟେକ୍ନୋଲୋଜି ମଧ୍ୟ ଦିଆଯାଇଛି ଯାହା ସ୍ମୁଥ୍ ଷ୍ଟାର୍ଟ ଦେଇଥାଏ । ଏଥିରେ ଏଲଇଡି ହେଡଲାଇଟ୍ସ, ଡିଜିଟାଲ ମିଟର ଏବଂ ବ୍ଲୁଟୁଥ୍ କନେକ୍ଟିଭିଟି ଭଳି ଫିଚର୍ ଦିଆଯାଇଛି । ଏହା ସହିତ ୧୦ ବର୍ଷର ସମୁଦାୟ ଓ୍ବାରେଣ୍ଟି ମିଳେ ଯାହା ଗ୍ରାହକଙ୍କୁ ଅଧିକ ଭରସା ଦେଇଥାଏ ।
ୟାମାହା ୧୯୫୫ରେ ଜାପାନରେ ଆରମ୍ଭ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ କମ୍ପାନୀ ଅନେକ କ୍ଷେତ୍ରରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛି । ଯଦି ଆପଣ ରେଜର ୧୨୫ ଏଫଆଇ ହାଇବ୍ରିଡ କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ ଅଫରର ଫାଇଦା ଉଠାଇ ପାରିବେ ।



