www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱଯୁଦ୍ଧର କଳାବାଦଲ ମାଡିଆସୁଛି: ଚାରିସପ୍ତାହ ମଧ୍ୟରେ ବିଶ୍ୱଯୁଦ୍ଧ!

ମସ୍କୋ: କୋଭିଡ-୧୯ ମହାମାରୀ ସହିତ ସାରା ବିଶ୍ୱ ଲଢେଇ କରୁଥିବାବେଳେ ଏବେ ସାରା ମାନବ ସମାଜ ଏବଂ ପୃଥିବୀ ପାଇଁ ଆଉଏକ ମସ୍ତବଡ ବିପଦ ଘନେଇବାରେ ଲାଗିଛି। ଏଭଳି ଏକ ଚେତାବନୀ ଦେଇଛନ୍ତି ରୁଷିଆର ନିରପେକ୍ଷ ସାମରିକ ବିଶେଷଜ୍ଞ ପାଭେଲ ଫେଲେନହର୍‍। ପାଭେଲ କହିଛନ୍ତି, ଏହି ଯୁଦ୍ଧ ୟୁରୋପୀୟ ରାଷ୍ଟ୍ର ମଧ୍ୟରେ ହୋଇପାରେ ଅଥବା ବିଶ୍ୱଯୁଦ୍ଧ ରୂପ ନେଇପାରେ। ପାଭେଲଙ୍କର ଏକଳି ଚେତାବନୀ ସମସ୍ତଙ୍କ ନିଦ ହଜାଇଦେଇଛି। ବିଦ୍ରୋହୀମାନଙ୍କ ଦଖଲରେ ଥିବା ୟୁକ୍ରେନ ଏବଂ କ୍ରିମିଆ ନିକଟବର୍ତ୍ତୀ ଅଞ୍ଚଳକୁ ରୁଷର ବିପୁଳ ଯୁଦ୍ଧାସ୍ତ୍ର ଓ ସୈନ୍ୟ ଚାଲାଣ କରାଯାଉଥିବା ଳକ୍ଷ୍ୟ କରିବାପରେ ସେ ଏଭଳି ଆକଳନ କରିଥିବା କହିଛନ୍ତି। ଇତିମଧ୍ୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷିଆର ଏଭଳି ଯୁଦ୍ଧାସ୍ତ୍ର ଓ ସାମରିକ ସରଂଜାମ ସ୍ଥାନାନ୍ତରଣକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ପାଭେଲ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି, ତାହା ଯଥାର୍ଥ। ତାଙ୍କ କହିବା ଅନୁଯାୟୀ ରୁଷ ସରକାର ଭୋରୋନେଜ୍‍, ରୋସ୍ତାଭ ଏବଂ କାସନୋଦାର ଆଦି ଅଂଚଳକୁ ସାମରିକ ସରଂଜାମ ପଠାଉଥିବା ଚିତ୍ର ହସ୍ତଗତ ହୋଇଛି। ଏପରିକି ସୀମାନ୍ତରେ ବହୁସଂଖ୍ୟାରେ ସାମରିକ ହେଲିକପ୍ଟର ଉଡାଣ କରୁଥିବା ଦେଖିବାକୁ ମିଳିଛି। ତତ୍‍ସହିତ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଉକ୍ତ ଅଂଚଳରେ ଠୁଳ ହେବାରେ ଲାଗିଛି।
ଉକ୍ତ ଅଂଚଳରେ ଉତ୍ତେଜନା ଅତିମାତ୍ରାରେ ବୃଦ୍ଧିପାଇଥିବାବେଳେ ପାଭେଲ କହିଛନ୍ତି ଯେ ୟୁକ୍ରେନକୁ ନେଇ ରୁଷିଆ କି ଉଦ୍ଦେଶ୍ୟ ରଖିଛି, ତାହା ଜଣେ ସାଇକୋଆନାଲିଷ୍ଟ ସଠିକ ଭାବେ କହିପାରିବେ। ସେ ଏକଥା ମଧ୍ୟ କହିଛନ୍ତି ଯେ ସେଠାରେ ସବୁକିଛି ଅତ୍ୟନ୍ତ କ୍ଷିପ୍ରଗତିରେ ଘଟୁଛି ଏବଂ ଅନେକ ବିଷୟ ଗଣମାଧ୍ୟମକୁ ଆସୁନାହିଁ। କିନ୍ତୁ ଏହାର ପରିଣତ ଅତ୍ୟନ୍ତ ଖରାପ ହେବାକୁ ଯାଉଛି।
ଇତିମଧ୍ୟରେ ଆମେରିକା ପ୍ରଶାସନ ୟୁକ୍ରେନ ପ୍ରତି ନିଜର ଦୃଢ ସମର୍ଥନ ଜଣାଇଛି। ଆମେରିକାର ପ୍ରତିରକ୍ଷା ଅଧିକାରୀ ଗତ ସପ୍ତାହରେ କହିଛନ୍ତି ଯେ ସେମାନେ ରୁଷିଆର ସାମରିକ ସରଂଜାମ ସ୍ଥାନାନ୍ତରଣ ସଂପର୍କରେ ଅବଗତ ଅଛନ୍ତି। ଅନ୍ୟପକ୍ଷରେ ରୁଷିଆ କହିଛି, ନାଟୋ ଯଦି ୟୁକ୍ରେନକୁ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନିଏ ତେବେ ଏହା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories