www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ୱ ଅକୁପେସନାଲ୍ ଥେରାପି ଦିବସ ଉପଲକ୍ଷେ ‘ସହାୟ’ ପକ୍ଷରୁ ସଚେତନ ସଭା

ଡେସ୍କ : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା କଟକର ‘ସହାୟ’ ମାନସିକ ଅନଗ୍ରସର ପିଲାଙ୍କ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ’ ବିଶ୍ୱ ବୃତିଗତ ଚିକିତ୍ସା ଦିବସ ବା ୱାର୍ଲଡ୍ ଅକୁପେସନାଲ୍ ଥେରାପି ଡେ’ ଉପଲକ୍ଷେ ଚଳିତ ଶୁକ୍ରବାର ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ତାଲିମ୍ ଓ ଗବେଷଣା ଅନୁଷ୍ଠାନ (ଏସ୍.ଭି.ନିରତାର୍) କଟକରୁ ବରିଷ୍ଠ ଅକୁପେସନାଲ୍ ଥେରାପିଷ୍ଟ୍ ସୁବ୍ରତୋ ହାଲଦର ମୁଖ୍ୟବକ୍ତାଭାବେ ଯୋଗ ଦେଇ ବୃତିଗତ ଚିକିତ୍ସାର ସଂଜ୍ଞା, କାରଣ ଓ ନିରାକରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ବିଶ୍ୱ ବୃତିଗତ ଚିକିତ୍ସା ଦିବସ ଉପଲକ୍ଷେ ଚଳିତ ବର୍ଷର ବାର୍ତ୍ତା ‘ଗୋଷ୍ଠୀ ଦ୍ୱାରା ଏକତା’ର ଲକ୍ଷ୍ୟ ଉପରେ ଆଲୋଚନା କରାଯାଇଥିଲା। ଏହି ସଭାରେ କଟକ ସହରର ବିଭିନ୍ନ ଦିବ୍ୟାଙ୍ଗ ପିଲାଙ୍କର ଅଭିଭାବକମାନେ ଅଂଶ ଗ୍ରହଣ କରିଥିଲେ।
ଏହି ସଭା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାଦ୍ୱାରା ପରିଚାଳିତ କଟକସ୍ଥିତ ସହାୟ, ମାନସିକ ଅନଗ୍ରସର ପିଲାଙ୍କ ସ୍ୱତନ୍ତ୍ର ବିଦ୍ୟାଳୟର ଅବୈତନିକ ସଚିବ ମୃଣାଳିନୀ ପାଢ଼ୀଙ୍କ ପରିଚାଳନାରେ ହୋଇଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories