ବିଶ୍ବକପ: ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ବିଜୟୀ ହୋଇଛି। ଏହି ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଛି ଆଫଗାନିସ୍ତାନ।ଆଜି ଖେଳାଯାଇିବା ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ ରନ କରିଥିବାବେଳେ ଆଫଗାନିସ୍ତାନକୁ ୨୪୨ ରନ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଆଫଗାନିସ୍ତାନ ଟିମ ୪୫.୨ ଓଭରରେ ୩ ୱିକେଟ ବିନିମୟରେ ୨୪୨ ରନ ସ୍କୋର ସହ ୭ ୱିକେଟରେ ବିଜୟ ହାସଲ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଆଜମାତୁଲ୍‌ହା ଓମାରଜାଇ ସର୍ବାଧିକ ୭୩ ରନ ସ୍କୋର କରିଥିବାବେଳେ ରେହମତ ଶାହ ୬୨ ରନ କରିଥିବାବେଳେ ହସମାତୁଲ୍ଲା ସାହିଦି ୫୮ ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ମ୍ୟାଚରେ ଶ୍ରୀଲଙ୍କାର ଦିଲଶାଙ୍କ ମଦୁଶଙ୍କା ୨ଟି ୱିକେଟ ନେଇଥବାବେଳେ କୁସୁମ ରାଜିଥା ଗୋଟିଏ ୱିକେଟ ନେଇଥିଲା। ତେବେ ମ୍ୟାଚରେ ୪ ୱିକେଟ ନେଇ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିବା ଫଜଲହକ୍ ଫାରୁକିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଜି ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲାବେଳେ ବି ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ଭଲ ପାର୍ଟନରସିପ କରି ସ୍କୋରକୁ ଆଗେଇ ନେଇଥିଲେ । ନିଶଙ୍କା (୪୬ ରନ) ଆଉଟ ହେବା ପରେ କୁଶଲ (୩୯ ରନ) ଓ ସଦିରା ସମରବିକ୍ରମା(୩୬ରନ)ଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଶ୍ରୀଲଙ୍କାର ସ୍କୋର ଧୀମେଇ ଯାଇଥିଲା​‌ବେଳେ ଆଞ୍ଜେଲା ମାଥ୍ୟୁ ଓ ମହିସ ତିକସନା ଉପଯୋଗୀ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ଶ୍ରୀଲଙ୍କା ୫୦ତମ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଯାଇଥିଲା ଏବଂ ଆଫଗାନିସ୍ତାନକୁ ୨୪୨ ରନ ବିଜୟ ଲକ୍ଷ୍ୟ ଦେଇଥିଲା।
ଆଫଗାନିସ୍ତାନ ପକ୍ଷରୁ ଫଜଲହକ୍ ଫାରୁକି ୪ଟି ୱିକେଟ ନେଇଥିବାବେଳେ ମୁଜିବୁର ରେହମାନ ୨ଟିୱିକେଟ ନେଇଥିଲେ।

Comments are closed.