ଆଇଟି, ଆଇଟିଇଏସ୍ କର୍ମଜୀବୀଙ୍କ ୱାର୍କ ଫ୍ରମ୍ ହୋମ୍ ଅବଧି ଡିସେମ୍ବର ୩୧ ଯାଏ ବଢ଼ିଲା
ନୂଆଦିଲ୍ଲୀ : ଘରେ ରହି କାମ ଜାରି ରଖିବେ ଆଇଟି ଏବଂ ଆଇଟିଇଏସ୍ କର୍ମଜୀବୀ ା ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀଙ୍କ ଘରେ ଥାଇ କାମ କରିବା (ୱାର୍କ ଫ୍ରମ୍ ହୋମ୍) ଅବଧିକୁ ପୁନର୍ବାର ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି ା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଇଟି ଓ ବିପିଓ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀଙ୍କ ପାଇଁ ଏଭଳି ନୂତନ ନିର୍ଦେଶନାମା ଜାରି କରିଛନ୍ତି। ଏହାକୁ ଆଗାମୀ ଡିସେମ୍ବର ୩୧ ଯାଏ ପାଳନ କରିବାକୁ କୁହାଯାଇଛି। ସୂଚନାେଯାଗ୍ୟ, ଏହି ଅବଧି ପୂର୍ବରୁ ଚଳିତମାସ ୩୧ରେ ଶେଷ ହେବାକୁ ଯାଉଥିଲା। ଦୂରସଞ୍ଚାର ବିଭାଗ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କରାଯାଇଥିବା ଟୁଇଟ୍ରେ କୁହାଯାଇଛି ଯେ, କୋଭିଡ-୧୯ କାରଣରୁ ଆଗାମୀ ଡିସେମ୍ବର ୩୧ ଯାଏ ଆଇଟି କମ୍ପାନୀର କର୍ମଜୀବୀମାନେ ଘରେ ରହି କାମ କରିବେ। ବର୍ତ୍ତମାନ ସମୟରେ ଆଇଟି କମ୍ପାନୀର ୮୫ ପ୍ରତିଶତ କର୍ମଚାରୀ ଘରୁ ଥାଇ କାମ କରୁଛନ୍ତି। ଅତି ଜରୁରୀ ପରିସ୍ଥିତିରେ କାର୍ଯ୍ୟାଳୟକୁ ଆସୁଛନ୍ତି।
Comments are closed.