www.samajalive.in
Saturday, December 6, 2025
26.1 C
Bhubaneswar

ଚୋରା କାଠ ବୋଝେଇ ଗାଡ଼ି ଜବତ କଲା ପାଟଣା ବନ ବିଭାଗ

ପାଟଣା : କେନ୍ଦୁଝର ଜିଲା ପାଟଣା ବିଭାଗ ପକ୍ଷରୁ ଗୁରୁବାର ଏକ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ପୋଇପାଣି ନିକଟରୁ ଗୋଡାଇ ଗୋଡାଇ ୨୦ନମ୍ବର ରାଜପଥ ପିପିଳିଆ ଛକ ନିକଟରେ ଜବତ କରିଛି ପାଟଣା ବନ ବିଭାଗ। ଏକ ପିକ୍ଅପ୍ ଭ୍ୟାନରେ ଚୋରା କାଠ ନେଇ ଯାଉଥିବା ଖବର ପାଇ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ନେତୃତ୍ୱରେ ମୋବାଇଲ ସ୍କ୍ବାଡ୍, ଏଲିଫ୍ୟାଣ୍ଟ ସ୍କ୍ବାଡ୍ ମିଳିତ ଭାବେ ପୋଇପାଣି ନିକଟରୁ ଗାଡିକୁ ପିଛା କରିଥିଲା। ପିପିଳିଆ ଛକ ନିକଟରେ ପାଖାପାଖି ରାତି ୨ଟା ସମୟରେ ଚୋରା କାଠ ଥିବା ଗାଡ଼ିଟିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ ଗାଡିକୁ ଧକ୍କା ଦେଇ ଖସି ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବନ ବିଭାଗ କବଳରୁ ଯାଇ ନପାରି ଅନ୍ଧକାର ସୁଯୋଗରେ କାଠ ମାଫିଆ ମାନେ ଗାଡି ଛାଡି ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ। ଏହି ଚଢ଼ାଉରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ , ବନପାଳ ସନ୍ତୋଷ କୁମାର ପୋହି, ଆଶୁତୋଷ ଚକ୍ରବର୍ତ୍ତୀ , ଆଲମଣୀ ନାଏକ , ପାରା ସ୍କ୍ବାଡ୍ ଓ ଏଲିଫ୍ୟାଣ୍ଟ ସ୍କ୍ବାଡ୍ ସାମିଲ ହୋଇଥିଲେ। ଜବତ ପିକ୍ଅପ୍ ଭ୍ୟାନଟିକୁ ପାଟଣା ରେଞ୍ଜ ଅଫିସ ଅଣାଯାଇଥିବା ବେଳେ ଜବତ କାଠର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories