www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ଟି-୨୦ ବିଶ୍ୱକପ; ଅଷ୍ଟ୍ରେଲିଆଠାରୁ ପରାସ୍ତ ହେଲା ଭାରତ, ସେମି ଆଶା ମଉଳିଲା

ସମାଜ ଡିଜିଟାଲ ଡେସ୍କ: ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି ଭାରତ। ଫଳରେ ଭାରତୀୟ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିବା ଆଶା ମଉଳି ଯାଇଛି। ରବିବାର ଗ୍ରୁପ ପର୍ଯ୍ୟାୟର କର ବା ମର ପରିସ୍ଥିତିରେ ମ୍ୟାଚ ଖେଳିବା ପରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ ହାସଲ କରିଥିବା ବେଳେ ଭାରତ ପାଇଁ ଅଧିନାୟକ ହରମପ୍ରୀତ ସିଂ ଦଳକୁ ଜିତାଇବାକୁ ସମସ୍ତ ପ୍ରୟାସ କରିଥିଲେ। ହେଲେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ୱିକେଟ ହରାଇ ୧୪୨ରନ କରିଥିଲା। ୧୫୨ରନର ଟାର୍ଗେଟକୁ ପୂରଣ ନକରିପାରି ପରାଜୟ ହୋଇଛି ଭାରତୀୟ ମହିଳା ଦଳ। ଏବେ ସେମିଫାଇନାଲ ପାଇଁ ଭାରତୁ ଆଜିର ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ ତେବେ ରନରେଟ ଆଧାରରେ ଭାରତ ସେମି ଫାଇନାଲରେ ପ୍ରବେଶ କରିବା ନେଇ ସମ୍ଭାବନା ସୃଷ୍ଟି ହେବ। ଅଷ୍ଟ୍ରେଲିଆ ଗ୍ରୁପ୍‌‌ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ପ୍ରବେଶ କରିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories