www.samajalive.in
Monday, December 8, 2025
24.1 C
Bhubaneswar

ରାଧାଙ୍କ ହ୍ୟାଟ୍ରିକ୍‍ ; ଆୟରଲାଣ୍ଡକୁ ହରାଇ ସେମିରେ ଭାରତ

ପ୍ରଭିଡେନ୍‍ସ : ଭାରତ ୨୦୧୮ ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ର ସେମିଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଗ୍ରୁପ୍‍ ‘ବି’ର ୩ୟ ମ୍ୟାଚରେ  ଆୟରଲାଣ୍ଡକୁ ସହଜରେ ୫୨ ରନରେ  ହରାଇ ଭାରତ ଏହି କୃତିତ୍ୱ ହାସଲ କରିଛି । ଗ୍ରୁପ୍‍ ‘ବି’ରେ ଭାରତ ତା’ର ୩ଟିଯାକ ମ୍ୟାଚ୍‍ ଜିତି ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ୧୭ରେ ଅଷ୍ଟ୍ରେଲିଆ-ଭାରତ ଶେଷ ଲିଗ୍‍ ମ୍ୟାଚ୍‍ ଖେଳାଯିବ। ମିତାଲି ରାଜ୍‍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟରେ ୧୫୬ ରନ୍‍ କରିଥିଲା। ପରେ ବାମହାତି ସ୍ପିନର ରାଧା ଯାଦବ ହ୍ୟାଟ୍ରିକ୍‍ ନେବାରୁ ଆୟରଲାଣ୍ଡ ୮ ୱିକେଟ ହରାଇ ୯୩ ରନ୍‍ କରି ପାରିଥିଲା।


ଆୟରଲାଣ୍ଡ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ଭାରତ ଓପ୍‍ନିଂ ଯୋଡ଼ିରେ ୧୦ ଓଭରରେ ୬୭ ରନ୍‍ କରିଥିଲା। ସ୍ମୃତି ମାନ୍ଧାନା ୨୯ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‍କରି ଆଉଟ ହୋଇଥିଲେ। ପରେ ଜେମିମା ରଡ୍ରିଗ୍ୱେଜ୍‍ ୧୧ ବଲ୍‍ରୁ ୩ଟି ଚୌକା ସହ ୧୮, ଅଧିନାୟିକା ହରମନପ୍ରୀତ କୌର ୭, ବେଦା କୃଷ୍ଣମୂର୍ତ୍ତି ୯ ଓ ଦୀପ୍ତି ଶର୍ମା ଅପରାଜିତ ୧୧ ରନ୍‍ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ଅର୍ଦ୍ଧଶତକ ମାରିବା ସହ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିବା ମିତାଲି ରାଜ୍‍ ୫୬ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୧ ରନ୍‍ କରିଥିଲେ। ଆୟରଲାଣ୍ଡର କିମ୍‍ ଗାର୍ଥ ୨ଟି ୱିକେଟ ପାଇଥିଲେ। ୧୪୬ ରନ୍‍ ଲକ୍ଷ୍ୟରେ ଆୟରଲାଣ୍ଡ ସହଳ ଗୋଟିଏ ୱିକେଟ ହରାଇଥିବା ବେଳେ ଓପ୍‍ନର କ୍ଲେୟାର ସିଲିଂଟନ ୨୩ ଓ ଇସୋବେଲ୍‍ ଜଏସ୍‍ ୪ଟି ଚୌକା ସହ ୩୩ ରନ୍‍ କରିଥିଲେ। ୧୯ତମ ଓଭରର ଶେଷ ୩ଟି ବଲ୍‍ରେ ରାଧା ଯାଦବ କ୍ରମାଗତ ୩ଟି ୱିକେଟ ନେଇ ହ୍ୟାଟ୍ରିକ୍‍ ପୂରଣ କରିଥିଲେ। ଦୀପ୍ତି ଶର୍ମା ୨ଟି ୱିକେଟ ପାଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories