www.samajalive.in
Wednesday, December 10, 2025
26.1 C
Bhubaneswar

ମିଲେଟ୍‌କୁ ଲୋକପ୍ରିୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ମାଇକେଲସ୍‌ କିଚେନ୍‌ରେ ଦିଆଯାଉଛି ପ୍ରଶିକ୍ଷଣ

ଭୁବନେଶ୍ୱର- ବାଜରା, ରାଗି, କାଙ୍ଗୁ, ମାଣ୍ଡିଆ, କୋଦ ଇତ୍ୟାଦି ମିଲେଟ ଭାବରେ ବେଶ ଜଣାଶୁଣା । ମିଲେଟ ପରିବେଶ ଅନୁକୂଳ, ଅଳ୍ପ ଜଳ ଓ ଯତ୍ନରେ ଚାଷ ହୋଇପାରୁଥିବା କାରଣରୁ ଚାଷୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ।

ଏହା ଜିଙ୍କ, କ୍ୟାଲସିୟମ, ଫୋଲିକ ଏସିଡ ଏବଂ ରେ ସମୃଦ୍ଧ ଏବଂ ଚାଉଳ ଓ ଗହମ ଠାରୁ ଅଧିକ ପୁଷ୍ଟିକର । ଡାଏବେଡିସ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଭଳି ଶାରୀରିକ ଅସୁନ୍ତଳନକୁ ନିୟନ୍ତ୍ରଣ କରିବା ସହ କିଡନୀ, ଲିଭର ସୁସ୍ଥ ରଖିବା ଓ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ସାଜିଥାଏ । ଏହାକୁ ଲୋକପ୍ରିୟ କରିବା ପାଇଁ ଜନସାଧାରଣଙ୍କୁ ଏହି କ୍ଷୁଦ୍ର ଶସ୍ୟ ସମୁହ ବାବଦରେ ସଚେତନ କରିବାପାଇଁ ଓଡିଶା ସରକାର ୨୦୧୭ ମସିହାରେ ‘ଓଡିଶା ମିଲେଟ ମିଶନ’ ଆରମ୍ଭ କରିଥିଲେ । ୨୦ ଲକ୍ଷରୁ ଅଧିକ ଚାଷୀ, ୮୪ କୃଷକ ସଙ୍ଗଠନ ଓ ୧୫୭୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ମିଶନର ଅଂଶ ବିଶେଷ ହୋଇ ସକ୍ରିୟ ଯୋଗଦାନ ଦେଇ ଆସୁଛନ୍ତି ।

- Advertisement -

ମିଲେଟ୍‌କୁ ଅଧିକ ଲୋକପ୍ରିୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି । ଏମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ଏବଂ ମିଲେଟ୍‌ରେ ପ୍ରସ୍ତୁତ ବିଭିନନ ଖାଦ୍ୟ ଦ୍ରବ୍ୟକୁ ଲୋକଙ୍କୁ କିପରି ପରାଷା ଯିବ । ଏହାର ସ୍ୱାଦ , ସୁଗନ୍ଧ ଆଖିକୁ ଭଲ ଦିଶିବା ନେଇ ଭୁବନେଶ୍ୱର ସ୍ଥିତ ମାଇକେଲ୍‌ସ୍‌ କିଚେନ୍‌ରେ ପ୍ରଶିକ୍ଷଣ ଦିଆଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବେଶ୍‌ ଆଗ୍ରହର ସହ ଏହି ତାଲିମ ଗ୍ରହଣ କରିଛନ୍ତି । ଭବିଷ୍ୟତରେ ମିଲଟ୍‌କୁ ଅଧିକ ଲୋକପ୍ରିୟ କରିବା ସହ ଏଥିରେ ବିଭିନ୍ନ ନୂଆ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ମାଇକେଲସ୍‌ କିଚେନ୍‌ର ପ୍ରତିଷ୍ଠା ସେଫ୍‌ ମାଇକେଲ୍‌ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦେଇଛନ୍ତି । ବ୍ୟୁରୋ ନ୍ୟୁଜ୍‌ ସମାଜଡିଜିଟାଲ୍‌

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories