www.samajalive.in
Wednesday, December 10, 2025
26.1 C
Bhubaneswar

ହନୁମାନ ମନ୍ଦିର ଦାନ ପେଡି ଭାଙ୍ଗି ଚୋରି

କଲମପୁର:କଲମପୁର ନିର୍ମାଲ୍ୟ କ୍ଷେତ୍ର ପରିସରକୁ ଲାଗି ରହିଛି ହନୁମାନ ମନ୍ଦିର। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ଏହି ମନ୍ଦିରର ଦାନ ପେଡି ଭାଙ୍ଗି ଚୋରି କରି ନେଇଛି।
ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ମନ୍ଦିରର ସେବାୟତ ମନ୍ଦିରର ତାଲା ଖୋଲି ଭିତରେ ପଶିବା ବେଳକୁ ଦାନ ପେଡି ଉପର ଅଂଶକୁ ଭାଙ୍ଗି କେହି ଦୁର୍ବୁତ ଚୋରି କରି ନେଇଥିବା ଦେଖିଥିଲେ। ତୁରନ୍ତ ଏନେଇ ମନ୍ଦିର ପୂଜକ ସମେତ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ଦାନ ପେଡିର ଚୋରି ସମ୍ବନ୍ଧରେ ଜଣାଇଥିଲେ। ଦାନ ପେଡିରେ କେତେ ଟଙ୍କା ଥିଲା ଏବଂ ସୁନାରୂପା ଅଳଙ୍କାର ଥିଲା କି ନାହିଁ ଜଣାପଡ଼ିନାହିଁ।

ଗତ କିଛି ମାସ ପୂର୍ବରୁ ଅନୁରୁପ ଭାବେ ସ୍ଥାନୀୟ ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ମଧ୍ୟ ଚୋରି ହେଇଥିଲା। ଜଗନ୍ନାଥ ମନ୍ଦିରର ଦାନ ବାକ୍ସ ଚୋରି ନେଇ ପୁଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ଅଦ୍ୟାବଧି ତାର କୌଣସି ସୁରାକ ମିଳିନଥିବା ବେଳେ ପୁଣି ହନୁମାନ ମନ୍ଦିରର ଦାନ ପେଡି ଚୋରି ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories