www.samajalive.in
Monday, December 8, 2025
14.1 C
Bhubaneswar

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ଓ ଜିଲ୍ଲା ମହିଳା କଂଗ୍ରେସ ଆନୁକୂଲ୍ୟରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷ କରି ମହିଳାଙ୍କ ସମେତ ଗରୀବ ଖଟିଖିଆ, କୃଷକ, ନିମ୍ନ ମଧ୍ୟବିତ, ସ୍ୱଳ୍ପ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି । ମୋଦୀ ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲର ସାମାନ୍ୟ ଦର ବୃଦ୍ଧି ହେଲେ ମନମୋହନ ସିଂହ ସରକାରଙ୍କୁ ଅତି କଦର୍ଯ୍ୟ ଭାଷାରେ ତିରସ୍କାର କରୁଥିଲେ ଏବଂ ସେ ସରକାରକୁ ଆସିଲେ ପେଟ୍ରୋଲ ଓ ଡିଜେଲ ଦର କମେଇ ଦେବେ। ମାତ୍ର ମୋଦୀଙ୍କ ଆଚ୍ଛାଦିନର ସ୍ୱପ୍ନ ଆଜିର ପେଟ୍ରୋଲ ଓ ଡିଜେଲ ଦରରେ ପ୍ରତିଫଳିତ। ୨୦୧୪ ମସିହାରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ୧୨୦ ଡଲାର ଥିବା ବେଳେ ମନମୋହନ ସିଂହ ସରକାର ପେଟ୍ରୋଲ ଦର ୭୦ ଟଙ୍କା ଓ ଡିଜେଲ ଦର ୫୫ ଟଙ୍କାରେ ଦେବାକୁ ସମର୍ଥ ହୋଇଥିଲେ। ମାତ୍ର ଆଜି ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ୬୦ ଡଲାର ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି । ଏବେ ଛତିଶଗଡ ସରକାର, ପଶ୍ଚିମ ବଙ୍ଗ ସରକାର ପ୍ରଭୃତି ରାଜ୍ୟ ଆଖିଦୃଶିଆ ଭାବେ ଟ୍ୟାକ୍ସ କମାଇଥିବା ବେଳେ ନବୀନ ପଟ୍ଟନାୟକ ସରକାର କାହିଁକି ଏ ବାବଦରେ ନିଷ୍ପତି ନେଉନାହାନ୍ତି । ସେହିପରି କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମୋଦୀ ସରକାରଙ୍କ ପ୍ରୋତ୍ସାହନରେ କେବଳ ୧% ପୁଞ୍ଜିପତିଙ୍କର ୩୫% ପୁଞ୍ଜି ଅବିବୃଦ୍ଧି ଘଟିଛି। କିନ୍ତୁ ସେହି ଅନୁପାତରେ ଭାରତବର୍ଷର ଅର୍ଥନୀତି ଏକ ସ୍ଥାଣୁ ଅର୍ଥନୀତିରୂପେ ପରିଗଣିତ ହେଉଛି। ଏହି ସମୟରେ ଲୋକଙ୍କର ରୋଜଗାର ଅତି ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଠିକ୍ ସେହି ସମୟରେ ପ୍ରତି ଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବଢ଼ି ବଢ଼ି ଚାଲିଛି। ଏହି ତୈଳ ଦର ବୃଦ୍ଧି ଯୋଗୁଁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟପଦାର୍ଥର ଦାମ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ରାଜ୍ୟବାସୀ ସିଧାସଳଖ ଭାବରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୋଦୀ ସରକାର ଓ ନବୀନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ଦାସ, ରଶ୍ମି ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ସ୍ୱାଧିନବାଳା ଦାସ, କୁସୁମ ପ୍ରଧାନ, ଶୈଳବାଳା ଜେନା, ଅଶୋକ ଦାସ, ନିରୁପମା ଦାସ, ନିରୁପମା ପାତ୍ର, ସ୍ମୃତିରେଖା ପହି, ଜୟକୃଷ୍ଣ ସୁବୁଦ୍ଧି, ସୁଭଦ୍ରା ମିଶ୍ର, କନକଲତା ମଲିକ, ଚୈତାଳି ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରିୟା ସମ୍ବେଦନା, ରିତାଶ୍ରୀ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ଅନ୍ନପୁର୍ଣ୍ଣା ସାହୁ, ଶୋଭାସିଂ, ମୁନି ଥାପା, ଇସ୍‌ରତ ଜୱାର, ଚାରୁଲତା ସାହୁ, ଶ୍ରୀୟା ପଣ୍ଡା, ସୁପ୍ରିୟା ସେନାପତି, କିରଣ ମହାନ୍ତି, ଗାୟତ୍ରୀ ଶର୍ମା, ଅଶୋକ ସାହୁ, ରଜନୀ ମହାନ୍ତି, ଶତ୍ରୁଘନ ବେହେରା, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ମଲିଆ ଓ ଦେବରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories