www.samajalive.in
Monday, December 8, 2025
14.1 C
Bhubaneswar

ଶୀତଦିନିଆ ମଏଶ୍ଚରାଇଜର୍; ଚମକିବ ଆପଣଙ୍କ ତ୍ୱଚା

ଶୀତରେ ତ୍ବଚା ଫାଟିବା, ଶୁଷ୍କ ଲାଗିବା ହେଉଛି ମୁଖ୍ୟ ସମସ୍ୟା। କେତେଜଣ ଦାମୀ କ୍ରିମ୍ ତ୍ବଚାରେ ଲଗାନ୍ତି, ଅନ୍ୟମାନେ ତ୍ବଚାର ଯତ୍ନ ନେବାକୁ ଯାଇ ବାରମ୍ବାର ଫେସିଆଲ୍ କରନ୍ତି। ଏତେ ପ୍ରକାର ଉପଚାର କରିବା ପରିବର୍ତ୍ତେ ଘରୋଇ ମଏଶ୍ଚରାଇଜର୍ ଲଗାଇପାରିବେ। ଏସବୁ ଆମ ଘରେ ମହଜୁଦ୍ ଅଛି। ବଜାରରେ ମିଳୁଥିବା ଦାମୀ କ୍ରିମ୍‌ ତୁଳନାରେ ଏହି ଘରୋଇ ମଏଶ୍ଚରାଇଜର୍‌ର କରାମତି ଖୁବ୍ ଅଧିକ।
ଘି-କୁଆଁରୀ ପତ୍ରକୁ କାଟି ତା’ ରସକୁ ଗୋଟିଏ କାଚ ବୋତଲରେ ରଖିବେ। ବୋତଲକୁ ସପ୍ତାହେ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିହେବ। ଗାଧୋଇବା ପରେ ଗୋଟିଏ ଚାମଚ ଘି-କୁଆଁରୀ ରସକୁ ମୁହଁରେ ଲଗାଇଲେ ଦାଗ ଦୂର ହେବା ସହ ତ୍ବଚା ଶୁଷ୍କ ହୁଏନି ।

ଖିର ସର ମଧ୍ୟ ବେଶ୍‌ କରାମତି ଦେଖାଏ। ବେସନ ଗୋଟିଏ ଚାମଚରେ ଖିର ସର ମିଶାଇ ତ୍ବଚାରେ ଲଗାଇବେ। ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏହି ପ୍ୟାକ୍ ଲଗାଇବା ପରେ ତ୍ବଚାରେ ଅନ୍ୟ କୌଣସି କ୍ରିମ୍ ଲଗାଇବା ଆବଶ୍ୟକତା ନାହିଁ।
ମେକ୍‌ଅପ୍ ବାହାର କରିବାକୁ କେତେଜଣ ନଡ଼ିଆ ତେଲ ବ୍ୟବହାର କରନ୍ତି। ନଡ଼ିଆ ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ, ପାଦରେ ମାଲିସ୍ କରିବେ। ଏହା ମଧ୍ୟ ଏକପ୍ରକାର ପ୍ରାକୃତିକ ମଏଶ୍ଚରାଇଜର୍।
ଶୁଷ୍କ ତ୍ବଚା ପାଇଁ ମହୁ ଔଷଧ ଭଳି କାମ କରେ। ସ୍ନାନ ପରେ ଦୁଇ ଠୋପା ମହୁ ନେଇ ମୁହଁରେ କିଛି ସମୟ ମାଲିସ୍‌‌ କରିବେ। ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚା ଧୋଇନେବେ। ଏମିତି ପ୍ରତିଦିନ କଲେ ତ୍ବଚା ପାଇଁ ଅନ୍ୟ କୌଣସି ମଏଶ୍ଚରାଇଜର୍‌ ଆବଶ୍ୟକତା ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories