www.samajalive.in
Wednesday, December 10, 2025
26.1 C
Bhubaneswar

୪୮ ବିଧାୟକଙ୍କୁ ହନିଟ୍ରାପ୍, ଫସିଛନ୍ତି ଅନେକ କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ: ଦଳୀୟ ସୀମା ଅତିକ୍ରମ କରି ଅତି କମରେ ୪୮ ଜଣ ବିଧାୟକଙ୍କୁ ହନିଟ୍ରାପ୍ କରାଯାଇଛି ଏବଂ ଏହି ନେଟୱାର୍କ ସାରା ଦେଶରେ କାୟା ବିସ୍ତାର କରିଛି ଏବଂ ଏଥିରେ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଫସିଛନ୍ତି ବୋଲି ବିଧାନସଭାର ଅଧିବେଶନ ସମୟରେ ସମବାୟ ମନ୍ତ୍ରୀ କେଏନ ରାଜନ୍ନା ଦାବି କରିଛନ୍ତି। ରାଜ୍ୟରେ ସକ୍ରିୟ ହନିଟ୍ରାପ୍ ରାକେଟ ବିଷୟରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରାଇବା ପାଇଁ ରାଜନ୍ନା ଏବଂ ପବ୍ଲିକ ୱର୍କସ୍ ମନ୍ତ୍ରୀ ସତୀଶ ଜାରକିହୋଲି ଦିଲ୍ଲୀ ଗସ୍ତ କରିବାକୁ ଯୋଜନା କରୁଥିବା ଖବର ପ୍ରଚାରିତ ହୋଇଥିଲା। ଇତି ମଧ୍ୟରେ ରାଜନ୍ନାଙ୍କ ପୁଅ ରାଜେନ୍ଦ୍ର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟିଛନ୍ତି, ଯାହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ହଟ୍ଟଚମଟ ଦେଖାଦେଇଛି।

ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ କର୍ଣ୍ଣାଟକ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ହନିଟ୍ରାପ୍ ରାକେଟ ଦ୍ୱାରା ଟାର୍ଗେଟ କରାଯାଇଛି ବୋଲି ଯେର୍ଉ ଦାବି ଉଠିଛି ତାହା ଉପରେ ସେ କୌଣସି ମନ୍ତବ୍ୟ ଦେବେ ନାର୍ହି। ଏହା ଏକ ବଡ଼ ବିବାଦରେ ପରିଣତ ହୋଇଥିବା ପ୍ରସଙ୍ଗ ପାଲଟି ଥିବାରୁ ଏଥିରୁ ସେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି ବୋଳି ପ୍ରକାଶ କରିଛନ୍ତି।

- Advertisement -

ଶିବକୁମାର ରବିବାର କହିଛନ୍ତି ଯେ, କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ ମୁଖ୍ୟ ଭାବରେ, ସେ ରାଜନ୍ନାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଅଭିଯୋଗ ଦାଖଲ କରିବାକୁ କହିଥିଲେ। “ସେ ମୋତେ କ’ଣ କହିଥିଲେ ତାହା ମୁଁ ବ୍ୟାଖ୍ୟା କରିପାରୁନାହିଁ, କିନ୍ତୁ ମୁଁ ତାଙ୍କୁ ଅଭିଯୋଗ ଦାଖଲ କରିବାକୁ କହିଥିଲି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଯେତେବେଳେ ସାମ୍ବାଦିକମାନେ ଶିବକୁମାରଙ୍କୁ ସାକ୍ଷାତ କରିବାର କାରଣ ପଚାରିଲେ, ସେ କହିଲେ, ଯେକେହି କାହାକୁ ଭେଟିପାରିବେ। ଅନେକ ସାଂସଦ, ବିଧାୟକ ଏବଂ ଏପରିକି ଲୋକମାନେ ମୁଖ୍ୟମନ୍ତ୍ରୀ ଏବଂ ମୋ ସହିତ ସାକ୍ଷାତ କରନ୍ତି। ସେତେବେଳେ ସେ କହିଲେ ଯେ ସେ ହନିଟ୍ରାପ୍ ପ୍ରସଙ୍ଗରେ ଉତ୍ତର ଦେବେ ନାହିଁ। ମୋତେ ଏ ବିଷୟରେ ପଚାରନ୍ତୁ ନାହିଁ। ମୁଁ ସେହି ପ୍ରସଙ୍ଗ ସମ୍ବନ୍ଧୀୟ କୌଣସି କଥାର ଉତ୍ତର ଦେବି ନାହିଁ ବୋଲି ଶିବକୁମାର କହିଥିଲେ।

ଦଳର ହାଇକମାଣ୍ଡଙ୍କ ସହିତ ସଦ୍ୟତମ ଘଟଣାବଳୀ ବିଷୟରେ ଆଲୋଚନା କରିବା ପାଇଁ ସେ ଦିଲ୍ଲୀ ଯାତ୍ରା କରୁଛନ୍ତି କି ନାହିଁ ପଚରାଯିବାରୁ, ବରିଷ୍ଠ ନେତା ଶିବକୁମାର କହିଥିଲେ ଯେ ଏପରି ମିଥ୍ୟା ଖବର ବିଷୟରେ ତାଙ୍କୁ କାହାକୁ ଭେଟିବାର ଆବଶ୍ୟକତା ନାହିଁ। ବିଧାନସଭାରେ ହନିଟ୍ରାପ୍ ପ୍ରସଙ୍ଗ ଉଠାଇବା କଂଗ୍ରେସ ଏବଂ ସରକାରଙ୍କ ପାଇଁ ଲଜ୍ଜାଜନକ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶିବକୁମାର କହିଛନ୍ତି, “ଏହା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories