www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତରପ୍ରଦେଶରେ ପ୍ରିୟଙ୍କା: ଲୋକଙ୍କୁ ଦେଲେ ପରିବର୍ତ୍ତନର ଆହ୍ୱାନ

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରବିବାର ଉତ୍ତର ପ୍ରଦେଶ ଲୋକମାନଙ୍କୁ ପରିବର୍ତ୍ତନର ଆହ୍ୱାନ ଦେଇ କହିଛନ୍ତି ଯେ ସେମାନେ ଚାହିଁଲେ ଉତ୍ତର ପ୍ରଦେଶରେ ରାଜନୈତିକ ପରିବର୍ତ୍ତନ ହୋଇପାରିବ। ପ୍ରିୟଙ୍କା ସୋମବାର ଦିନ ପ୍ରୟାଗରାଜରୁ ମିର୍ଜାପୁର ପର୍ଯ୍ୟନ୍ତ ୧୪୦ କିଲୋମିଟର ଗଙ୍ଗା ଯାତ୍ରାର ଶୁଭାରମ୍ଭ କରିବା ସହ ସେଠାରେ ବସବାସ କରୁଥିବା ଲୋକଙ୍କଠାରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସପକ୍ଷରେ ପ୍ରଚାର କରିବେ। ଉତ୍ତରପ୍ରଦେଶ ଜନସାଧାରଣଙ୍କ ପ୍ରତି ସେ ଏକ ପତ୍ରରେ କହିଛନ୍ତି,’କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱ ଦେଇଛନ୍ତି। ଉତ୍ତର ପ୍ରଦେଶ ଜନସାଧାରଣଙ୍କ ସହ ମୋର ପୁରୁଣା ସମ୍ପର୍କ ରହିଛି ତେଣୁ ଜଣେ କଂଗ୍ରେସ କର୍ମୀ ଭାବରେ ଆପଣମାନଙ୍କ ସହଯୋଗରେ ସେଠାରେ ପରିବର୍ତ୍ତନ ଆଣିବା ମୋର କର୍ତ୍ତବ୍ୟ।’ ସେ କହିଛନ୍ତି ଯେ ରାଜ୍ୟରେ ଯୁବକ, ମହିଳା, କୃଷକ ଓ ଶ୍ରମିକଙ୍କ ପାଇଁ କୌଣସି ଯୋଜନା ହୋଇନାହିଁ ତେଣୁ ସେମାନେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ରାଜ୍ୟକୁ ଏହା ତାଙ୍କର ଦ୍ଵିତୀୟ ଗସ୍ତ ହୋଇଥିବା ବେଳେ ସେ ସେଠାରେ ଚାରି ଦିନ ଅବସ୍ଥାନ କରିବେ ବୋଲି ଜଣାପଡିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories