www.samajalive.in
Sunday, December 7, 2025
26.1 C
Bhubaneswar

ପତ୍ନୀଙ୍କ ଭଲପାଇବା ପରୀକ୍ଷା କରିବାକୁ ଚଳନ୍ତା ଗାଡ଼ି ଆଗକୁ ଡେଇଁଲେ ସ୍ବାମୀ

ବେଜିଂ: ଦାମ୍ପତ୍ୟ ଜୀବନରେ ଅନେକ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦିଏ। ଉଭୟ ଉଭୟଙ୍କ ଭଲପାଇବା ଉପରେ ସନ୍ଦେହ ପ୍ରକାଶ କରନ୍ତି, ଯାହାକୁ ନେଇ କଳିଝଗଡ଼ା ସୃଷ୍ଟି ହୁଏ। କିନ୍ତୁ ସ୍ତ୍ରୀଙ୍କ ଭଲପାଇବାର ପରୀକ୍ଷା କରିବାକୁ ଯାଇ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ଦେବା ଭଳି ଏକ ରୋଚକ ଘଟଣା ଘଟିଛି ଚୀନର ବେଜିଂ ସହରରେ। ସ୍ତ୍ରୀ ତାଙ୍କୁ ପ୍ରକୃତରେ ଭଲପାଉଛନ୍ତି କି ନାହିଁ ତାହା ଜାଣିବା ଲାଗି ସ୍ମାମୀ ଚଳନ୍ତା କାର ଆଗକୁ ଡେଇଁ ପଡ଼ିଛନ୍ତି, ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

ସୂଚନା ଅନୁସାରେ, ସେହି ବ୍ୟକ୍ତିଙ୍କ ନାମ ପୈନ। ସେ ତାଙ୍କ ପତ୍ନୀଙ୍କ ସହ ବେଜିଂରେ ରୁହନ୍ତି। ପୁଲିସ ପଚରାଉଚରା କରିବା ବେଳେ ପୈନ କହିଛନ୍ତି, ମୋ ପତ୍ନୀ ମୋତେ ଭଲ ପାଉଛନ୍ତି କି ନାହିଁ ତାହାର ପରୀକ୍ଷା କରିବା ଲାଗି ମୁଁ ଚଳନ୍ତା ଗାଡ଼ି ଆଗକୁ ଡେଇଁ ପଡ଼ିଥିଲି। ମୁଁ ଭାବିଥିଲି ମୋ ପତ୍ନୀ ମୋତେ ଯଦି ମୋତେ ଭଲ ପାଉଥିବେ ତେବେ ନିଶ୍ଚୟ ସେ ମୋତେ ଟାଣି ଆଣିବେ। ତାଙ୍କ ପତ୍ନୀ କହିଛନ୍ତି ଯେ, ସ୍ବାମୀ ଅନେକ ଥର ଏଭଳି ଉଦ୍ୟମ କରିଛନ୍ତି। ସେ ପ୍ରତିଥର ତାଙ୍କୁ ଭିଡି ଆଣିବା ସହ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି। କିନ୍ତୁ ଏଥର ଏକ ଦ୍ରୁତଗାମୀ କାର ସମ୍ନାକୁ ସେ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କୁ ରକ୍ଷା କରିବା ସମ୍ଭବ ହୋଇ ନ ଥିଲା।

- Advertisement -

ଘଟଣାସ୍ଥଳରେ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଯୁକ୍ତି ତର୍କ ଚାଲିଛି। ପୁରୁଷ ଜଣକ ଅର୍ଥାତ ପୈନ ବାରମ୍ବାର ଗାଡ଼ି ଆଗକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ତାଙ୍କ ପତ୍ନୀ ତାଙ୍କୁ ଅଟକାଉଛନ୍ତି। ଶେଷରେ ପୈନ ପୁନର୍ବାର ଡେଇଁବାକୁ ଉଦ୍ୟମ କରିବା ବେଳେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ତାଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories