www.samajalive.in
Wednesday, December 10, 2025
18.1 C
Bhubaneswar

ପତି ତରକାରୀରେ ଦୁଇଟି ଟମାଟୋ ପକାଇବାରୁ ଘର ଛାଡି ପଳାଇଲେ ପତ୍ନୀ

ଭୋପାଳ – ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ଲୋକ ଟମାଟୋ ଖାଇବା କମାଇ ଦେଲେଣି । ଅନେକ ଟମାଟୋ ଖାଇବା ଛାଡି ଦେଇଛନ୍ତି । କେତକ ଲୋକ ଟମାଟୋ ସସ୍‌ରେ କାମ ଚଳାଉଛନ୍ତି । ମଧ୍ୟପ୍ରଦେଶର ଶହଡୋଲରେ ଏକ ଅଭାବନୀୟ ଘଟଣା ଘଟିଛି ।

ସନ୍ଦିପ ନାମକ ଢାବା ମାଲିକ ଘର ଲୋକଙ୍କ ପାଇଁ ରୋଷେଇ କରୁଥିବା ବେଳେ ଦୁଇଟି ଟମାଟୋ ତରକାରୀରେ ପକାଇ ଦେଇଥିଲେ । ଏହା ଜଣା ପଡିବା ପରେ ତାଙ୍କ ପତ୍ନୀ ଆରତୀ ଘର ଛାଡି ନିଜ ପିଲା ସହ ପଳାଇଛନ୍ତି । ଯେତେ ବୁଝାଇବା ପରେ ବି ସେ ଘରକୁ ନ ଫେରିବାରୁ ସନ୍ଦିପ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ତାଙ୍କ ପତ୍ନୀ ଆରତୀଙ୍କୁ ବୁଝାସୁଝା କରାଯାଇଥିଲା । ମାତ୍ର ସେ ବୁଝିବା ପାଇଁ ନାରାଜ ହୋଇଥିଲେ ।

- Advertisement -

ଢାବା ମାଲିକଙ୍କ ପତ୍ନୀ ଆରତୀ ଟମାଟୋ ଖାଇବେ ନାହିଁ ବୋଲି ଶପଥ ନେଇଥିଲେ । ଘରେ ସେ ଏକଥା ସମସ୍ତଙ୍କୁ ଜଣାଇଥିଲେ । ମାତ୍ର ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ଶପଥ ଭାଙ୍ଗିବାକୁ ଚେଷ୍ଟା କରୁଥିବା ସନ୍ଦିପ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଘର ଛାଡିଥିବା କଥା କହିଛନ୍ତି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories