ମୁମ୍ବଇ: ମୁମ୍ବଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ମୁମ୍ବଇ ପୁଲିସ ସୂଚନାନୁସାରେ, ଯଦି ପାକିସ୍ତାନୀ ନାଗରିକ ସୀମା ହାଇଦର ପାକିସ୍ତାନକୁ ନଫେରନ୍ତି ତେବେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଫୋନ୍ କରିଥିବା ବ୍ୟକ୍ତି ଧମକ ଦେଇଛି। ମୁମ୍ବଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନର କରାଚୀ ନିବାସୀ ସୀମା ହାଇଦର ଏବଂ ରାବୁପୁରାର ସଚିନ୍ ମୀନାଙ୍କ ମଧ୍ୟରେ ପବ୍ଜୀ ଖେଳରୁ ପରିଚୟ ହୋଇଥିଲେ। ଭିଡିଓ କଲିଂ ମାଧ୍ୟମରେ ଘନିଷ୍ଠତା ବୃଦ୍ଧି ପାଇବା ପରେ ସୀମା ମେ’ ୧୩ରେ ନେପାଳ ଦେଇ ପାକିସ୍ତାନରୁ ଭାରତ ଆସିଥିଲେ।

ସୂଚନାନୁସାରେ, ସୀମା ଚାରି ପିଲାଙ୍କ ସହ ରାବୁପୁରାରେ ପହଞ୍ଚି ଆମ୍ବେଦକର ନଗରରେ ଭଡ଼ା ଘର ନେଇ ସଚିନଙ୍କ ସହ ରହୁଥିଲେ। ପୁଲିସ ଏ ବିଷୟରେ ଜାଣିବା ମାତ୍ରେ ସୀମା ତାଙ୍କ ଚାରି ପିଲା ଏବଂ ସଚିନଙ୍କ ସହ ଫେରାର ହୋଇଯାଇଥିଲେ। ପୁଲିସ୍ ଟିମ୍ ସମସ୍ତଙ୍କୁ ହରିୟାଣାର ବଲ୍ଲଭଗଡ଼ରୁ ଧରିଥିଲା।



