www.samajalive.in
Sunday, December 7, 2025
26.1 C
Bhubaneswar

ଆପ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ଆମ ଆଦମୀ ପାର୍ଟି ପକ୍ଷରୁ ତୁରେକେଲା ବ୍ଲକ ଧାମନଡଂଗା ପଞ୍ଚାୟତ ଅନ୍ତର୍ଗତ କାଦୋବସା ଗାଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ପଞ୍ଚାୟତ ସଂଯୋଜକ ଡ଼ୋଲାମଣୀ ମହତଙ୍କ ଅଧ୍ୟକ୍ଷତାରେରେ ଅୟୋଜିତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଭାପତି ସୁରଥ ବେହେରା ମୁଖ୍ୟ ଅତିଥି, କଣ୍ଟାବାଞ୍ଜି ବନପାଳ ଶ୍ରଦ୍ଧା ଦେବ ବଡମାଲି ମୁଖ୍ୟ ବକ୍ତା, ଫରେଷ୍ଟର କାମେଶ୍ଵର ତାଣ୍ଡି, ଆମ ଆଦମୀ ପାର୍ଟିର ବରିଷ୍ଠ ସଦସ୍ୟ ହାଡୁ ଛତ୍ରିଆ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୟ ପନିକା, ସୁରେଶ ସୁନା, ଚନ୍ଦ୍ର ତାଣ୍ଡି, ସ୍ଵରାଜ ମହତ୍, ରସ କୁମ୍ଭାର, କୁଳବତୀ, ପନିକା, ଜୟନ୍ତୀ ମହତ୍, ଅନ୍ନପୂର୍ଣା ମହତ୍, ମୁକ୍ତା ପନିକା, କୁମୁଦିନୀ ମହତ୍, ଇନ୍ଦ୍ରା ମହତ୍, ଲଳିତା ପନିକା, ଶାନ୍ତି ତାଣ୍ଡି, ସଶ୍ମିତା ସୁନା, ଫୁଲ ପନିକା, ମଲୀ ମହତ, ଗୀତା ତାଣ୍ଡି, ବଚେନ୍ଦ୍ରୀ ମହତ, ଗୀତା ମହତ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ ଯେ ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ରାସ୍ତାରେ ସଡକ ପ୍ରଶସ୍ତୀକରଣ ପାଇଁ ଯେଉଁ ଯେଉଁ ଗଚ୍ଛ କଟା ହୋଇଛି ତାର ଭରଣା ପାଇଁ ଆମକୁ ସେତିକି ପରିମାଣରେ ଗଛ ଲଗାଇବାକୁ ପଡିବ। ବନପାଳ ଶ୍ରୀ ବଡ ମାଲି କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ କିଛି ନହେଲେ ତିନୋଟି ଗଛ ଲଗାଇବା ଆବଶ୍ୟକ। ଶେଷରେ ଆବାହକ ଶ୍ରୀ ମହତ୍ ଧନ୍ୟବାଦ ଦେଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories