www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୧ ମସିହାରେ ବିଶ୍ବରେ ଅନାହାର ଭୟଙ୍କର ରୂପ ନେବ : ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ

ନ୍ୟୁୟର୍କ: ଆସନ୍ତା ବର୍ଷ ଚଳିତ ବର୍ଷଠାରୁ ବିଶ୍ବରେ ଖାଦ୍ୟାଭାବ ଆହୁରି ଉତ୍କଟ ହେବ ଓ ମହାମାରୀଠାରୁ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡ଼ବ୍ଲ୍ୟୁଏଚପି) ମୁଖ୍ୟ ଡ଼େଭିଡ଼ ବିସଲି । ଯଦି ବିଶ୍ବ ଖାଦ୍ୟ ସଙ୍ଗଠନକୁ ଉପଯୁକ୍ତ ସହାୟତା ନ ମିଳେ ତେବେ ବିଶ୍ବର ଅନେକ ଦେଶରେ ଖାଦ୍ୟାଭାବ ମହାମାରୀ ରୂପ ନେଇପାରେ ବୋଲି ଡ଼େଭିଡ଼୍ କହିଛନ୍ତି ।

ସେ କହିଛନ୍ତି ଯେ ବିଶ୍ବରେ ଅନାହାର ମାମଲା ବଢ଼ି ଚାଲିଛି ।  ଆମେରିକାର ନିର୍ବାଚନ ଏବଂ କୋଭିଡ -୧୯ ମହାମାରୀ ଯୋଗୁଁ ଅନାହାର ଉପରେ ଏତେଟା ଗୁରୁତ୍ବ ଦିଆଯାଇନାହିଁ ।  ଗୋଟିଏ ପଟେ ବିଶ୍ୱ ମହାମାରୀର ସମ୍ମୁଖୀନ ହେଉଛି ଏବଂ ଏହା ମଧ୍ୟ କ୍ଷୁଧା ଭଳି ମହାମାରୀକୁ ଜନ୍ମ ଦେଇଛି ।   ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଅବସ୍ଥା ଆହୁରି ଖରାପ ହୋଇପାରେ। ସେ କହିଛନ୍ତି ଯେ ୨୦୨୦ରେ ଏହାକୁ ଅନାହାର ମୃତ୍ୟୁକୁ ରୋକିବାରେ ବିଶ୍ବର ବିଭିନ୍ନ ଦେଶ ସହାୟତା କରିଥିଲେ, ତେଣୁ ଏହାକୁ କିଛି ପରିମାଣରେ ରୋକା ଯାଇ ପାରିଥିଲା । ମାତ୍ର ୨୦୨୦ରେ ମିଳିଥିବା ଅର୍ଥ ପରିମାଣ ୨୦୨୧ରେ ମିଳିବା ସମ୍ଭାବନା କମ୍ ।  ତେଣୁ ସେ ଏହି ବିଷୟରେ ବିଭିନ୍ନ ଦେଶରନେତାମାନଙ୍କ ସହ ଆଲୋଚନା କରୁଛନ୍ତି ବୋଲି ଡ଼େଭିଡ଼୍ କହିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବିଶ୍ବ ଖାଦ୍ୟ ସଙ୍ଗଠନକୁ ନୋବେଲ ପୁରସ୍କାର ମିଳିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories