ବୁଧବାର ରାଶିଫଳ (୨୨.୧୧.୨୦୨୩)

ମେଷ: ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ଅପର୍ଯ୍ୟାପ୍ତ ସୁଖ ଭୋଗ କରିବେ। ଦୀନଦରିଦ୍ରଙ୍କୁ ଦାନା ଦେବାର ଅନୁରକ୍ତି ରହିବ। ଶତ୍ରୁ ପକ୍ଷଙ୍କୁ ଅକ୍ଲେଶରେ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ।
ବୃଷ: ବିନୟ ଭାବାପନ୍ନ ବ୍ୟକ୍ତିବିଶେଷଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରଥିତ ପ୍ରତାପୀ ହୋଇପାରନ୍ତି। ଦ୍ବିଜମାନଙ୍କ ପ୍ରତି ଅନୁରକ୍ତି ରହିବେ। ଦୃଢ଼ ପୌରୁଷ ସମ୍ପନ୍ନ ହେବେ।
ମିଥୁନ: ଦାନାଦି ପୁଣ୍ୟକର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରି ଅଭୀଷ୍ଟ ପୂରଣ କରିପାରନ୍ତି। ପତ୍ନୀ, ପୁତ୍ର, କନ୍ୟା ସମେତ ସମସ୍ତ ସପରିବାର ସୁଖରେ ରହିବେ।
କର୍କଟ: ଦୂର ଯାତ୍ରା ଓ ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କ ଶାରୀରିକ ଦୁର୍ବଳତା ଦେଖା ଦେଇପାରେ। ସୁଖ ଭୋଗରୁ ଆଶା ମୌଳି ଯାଇପାରେ। ନିଜେ ସତର୍କ ରହି ସହଭାଗୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବେ।
ସିଂହ: ସେବା କ୍ଷେତ୍ରରେ ଥାଇ ବି ଆଶ୍ରିତମାନଙ୍କ ପ୍ରତି ଦୃଷ୍ଟି ଦେବାରେ ନିଜକୁ ଅସହାୟ ମନେ କରି ଅନୁଗତମାନଙ୍କ ଉପରେ ନିର୍ଭରଶୀଳ ହେବେ। ଭାଷା ଅତ୍ୟନ୍ତ ମଧୁର ଓ ପ୍ରେମପୂର୍ଣ୍ଣ ହେବ। କର୍ମବୀର ହେବେ।
କନ୍ୟା: ଅସୁସ୍ଥତାରୁ ସୁସ୍ଥତା ଆଡ଼କୁ ଗତିକରିବେ। ଶତ୍ରୁମାନେ ଆକ୍ରମଣାତ୍ମକ ମନୋଭାବରୁ ଓହରି ଯିବେ। ଭ୍ରାତୃତ୍ବ ସ୍ନେହର ମର୍ଯ୍ୟାଦା ଆପଣଙ୍କୁ ମିଳିବ। ସଂଯମୀ ହେବେ। ସମଭାବାପନ୍ନ ବ୍ୟକ୍ତିଙ୍କ ସହ ମିତ୍ରତା ରହିବ।
ତୁଳା: ପୁତ୍ର ଆଶାୟୀ ହୋଇପାରନ୍ତି। ଅତ୍ୟଧିକ ପରିଶ୍ରମ ଯୋଗଁୁ ନିର୍ବଳ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ସନ୍ମାର୍ଗୀ ହେଲେ ସମସ୍ତ କଳ୍ମଷ ଦୂର ହେବ। ପତ୍ନୀଙ୍କ ଧନ ସୁଖଦାୟକ ହେବ।
ବିଛା: ମହାନ୍‌ ପୌରୁଷର ଅଧିକାରୀ ହୋଇପାରନ୍ତି। କେବେ ବି କୌଣସି କ୍ଷେତ୍ରରେ ନିଜର ଟାଣପଣରୁ ଓହରି ଯିବେ ନାହିଁ। ବାହାର ରାଜ୍ୟରୁ ପ୍ରଶଂସା ମିଳିପାରେ। ସ୍ବଅର୍ଜିତ ଧନ ଭୋଗ କରିପାରନ୍ତି।
ଧନୁ: ନିରୀହ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବହୁ ସାଧୁଜନଙ୍କ ସେବାରୁ ପ୍ରମାଦହୀନ ଜୀବନଯାପନ କରିବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସାହଚର୍ଯ୍ୟ ପାଇ ତାଙ୍କ ପ୍ରତି କୃତଜ୍ଞ ହେବେ। ଅବିଶ୍ବାସୀଙ୍କୁ ଘୃଣା କରିବେ।
ମକର: ଧନାଗମ ହେବ। ବିବାଦଶୀଳ ହୋଇପାରନ୍ତି। ଶତ୍ରୁମାନଙ୍କଠାରୁ ନିସ୍ତାର ପାଇବା ପାଇଁ ଉଦ୍ୟମ ଜାରି ରଖିବେ। ପୂର୍ବର ବନ୍ଧୁ ବିଶ୍ବାସ ଘାତକ ସାଜିପାରନ୍ତି। ଯଥାସମ୍ଭବ ନିଜକୁ ରକ୍ଷା କରିବାରେ ସକ୍ଷମ ହେବେ।
କୁମ୍ଭ: ରାଜତୁଲ୍ୟ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ବିସ୍ତାର କରିବାରେ ସିଦ୍ଧହସ୍ତ ହେବେ। ବିବାହ ବିଳମ୍ବ ହୋଇପାରେ। କିମ୍ବା ବିବାହ ଆଦୌ ନ ହୋଇପାରେ। ପୌରୁଷଯୁକ୍ତ ହେବେ।
ମୀନ: ସତ୍‌କର୍ମରୁ ପାଦ ଖସାଇଲେ ପୌରୁଷ ପଣିଆର ହାନି ଘଟିପାରେ। କର୍ମଚଞ୍ଚଳ ରହି ବୃତ୍ତିଗତ ବିଦ୍ୟାରେ ପାରଙ୍ଗମ ହେବେ। କପଟୀ ମିତ୍ରଠାରୁ ବ୍ୟବଧାନ ରକ୍ଷା କରିବାକୁ ପଡ଼ିବ। ବ୍ୟୟ ଅଧିକ ହେବ।

Comments are closed.